FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଦଶହରାରେ ରାଜ୍ୟକୁ ମାଡି ଆସୁଛି ଆଉ ଏକ ବାତ୍ୟା

ଦଶହରାରେ ରାଜ୍ୟକୁ ମାଡି ଆସୁଛି ଆଉ ଏକ ବାତ୍ୟା

ଦଶହରାରେ ରାଜ୍ୟକୁ ମାଡି ଆସୁଛି ଆଉ ଏକ ବାତ୍ୟା
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ) : ଗତ କିଛି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟକୁ ମାଡିଆସୁଛି ଆଉ ଏକ ବାତ୍ୟା । ପାର୍ବଣଋତୁ ଆରମ୍ଭ ହୋଇସାରିଥିବା ବେଳେ, ଆଗକୁ ରହିଛି ଦଶହରା ପର୍ବ । ଏହା ଭିତରେ ଉତ୍ତର ଆଣ୍ଡାମାନ ନିକଟରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୧୦ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ । ଏଥିସହିତ ଆଉ ଏକ ଲଘୁଚାପ ୧୨ ତାରିଖ ସୁଦ୍ଧା ସୃଷ୍ଟି ହେବ । ଆସନ୍ତା ୧୪ ତାରିଖ ବେଳକୁ ଏହା ଆହୁରି ଅଧିକ ଘନୀଭୂତ ହୋଇ ଭୟଙ୍କର ବାତ୍ୟା ରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି । ଏହାର ବେଗ ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମିଟର ହେବ ବୋଲି ପ୍ରାଥମିକ ଆକଳନ କରୁଛି ପାଣିପାଗ ବିଭାଗ।


ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍.ଆର୍ ବିଶ୍ବାସ କହିଛନ୍ତି ଯେ ଆସନ୍ତା ୧୦ ତାରିଖ ପାଖାପାଖି ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ଅବପାତରେ ପରିଣତ ହୋଇପାରେ । ଲଘୁଚାପ ସୃଷ୍ଟି ହେବାର ପରବର୍ତୀ ୪ରୁ ୫ ଦିନ ମଧ୍ୟରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୧୪ କିମ୍ବା ୧୫ ତାରିଖ ବେଳକୁ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁ ହେବ । ହେଲେ ଏହାର ପ୍ରଭାବ କିଭଳି ରହିବ ସେନେଇ ଏବେ ଆକଳନ କରାଯାଇ ନାହିଁ ।

ଲଘୁଚାପ ବଳୟ ସୃଷ୍ଟି ହେବା ପରେ ଏହା ଗତିପଥ ଉପରେ ସ୍ପଷ୍ଟ ଭାବେ କୁହାଯାଇପାରିବ
ଏହି ବାତ୍ୟାର ପ୍ରଭାବରେ ଗଞ୍ଜାମ , କୋରାପୁଟ , ମାଲକାନଗିରି , ମଧ୍ୟଦେଇ ଗଜପତି , ରାୟଗଡ଼ା , ନୟାଗଡ଼ , କନ୍ଧମାଳ ଆଦି ଜିଲାରେ ପବନ ସହିତ ପ୍ରବଳ ବର୍ଷା ହେବ । ବାତ୍ୟା ଯଦି ଏହାର ଗତିପଥ ପରିବର୍ତ୍ତନ କରିବ ତେବେ ପୁରୀ , ଜଗତ୍ସିଂହପୁର , କେନ୍ଦ୍ରାପଡ଼ା , ଯାଜପୁର , କଟକ ଆଦି ଜିଲାରେ ପ୍ରବଳ ପବନ ହେବା ସହ ବର୍ଷା ହେବ ବୋଲି ଅନୁମାନ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Posts