FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଦୁଇ ଦିବ୍ୟାଙ୍ଗ ପିଲାଙ୍କୁ ସହଯୋଗର ହାତ ବଢେଇଲା ‘SAHAJYA’-Hope of Life

ଦୁଇ ଦିବ୍ୟାଙ୍ଗ ପିଲାଙ୍କୁ ସହଯୋଗର ହାତ ବଢେଇଲା ‘SAHAJYA’-Hope of Life

ଦୁଇ ଦିବ୍ୟାଙ୍ଗ ପିଲାଙ୍କୁ ସହଯୋଗର ହାତ ବଢେଇଲା ‘SAHAJYA’-Hope of Life
SHARE NOW :

ଭୁବନେଶ୍ୱର (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ରାସ୍ତାକଡର ଜୀବନ କେତେ ସଂଘର୍ଷ ପୂର୍ଣ୍ଣ ତାହା ସେହି ଲୋକ ଜାଣେ ଯାହା ପାଖରେ ମୁଣ୍ଡ ଗୁଞ୍ଜିବାକୁ ଚାଳ ଖଣ୍ଡେ ନାହିଁ କି ପେଟ ପାଇଁ ତାକୁ ଦୁଇ ଓଳି ଖାଇବା ମିଳେ ନାହିଁ । ରାଜଧାନୀ ଭୁବନେଶ୍ୱରର ଏକ ନମ୍ବର ମାର୍କେଟ ପାଖରେ ନିଜର ଦୁଇ ଦିବ୍ୟାଙ୍ଗ ପିଲାଙ୍କୁ ନେଇ ଜୀବନ ସହ ଲଢେଇ କରୁଥିବା ଏହି ମହିଳାଙ୍କ ଦୁଃଖ କହିଲେ ନସରେ ।

ଲକ୍‌ଡାଉନ୍ ସମୟରେ ଅନ୍ୟର ହାତ ଟେକାକୁ ଚାହିଁ ବସିଥିବା ଏହି ପରିବାରର ମୁହଁରେ ଖୁସି ଭରିଦେଇଥିଲେ ସାହାଯ୍ୟ, ହୋପ ଅଫ ଲାଇଫ୍‌ର କର୍ମକର୍ତାମାନେ । କୌଣସି ଏକ ଗଣମାଧ୍ୟମରୁ ଏହି ପରିବାର ସଂପର୍କରେ ଜାଣିବାକୁ ପାଇଲେ ଏହି ଅନୁଷ୍ଠାନର ସଦସ୍ୟମାନେ । ଆଉ ତା ପରେ ତାଙ୍କୁ ସାହାଯ୍ୟ କରିବାକୁ କଟକରୁ ଆସି ପହଁଚିଥିଲେ ଏହି ଅନୁଷ୍ଠାନର ସମସ୍ତ ସଦସ୍ୟ ।

ଅନୁଷ୍ଠାନର ପ୍ରତିଷ୍ଠାତା ବବିତା ଦାଶଙ୍କ ସହ ସମସ୍ତ ସଦସ୍ୟମାନେ ମହିଳାଙ୍କ ପାଖରେ ପହଁଚି ତାଙ୍କୁ ମାସକ ପାଇଁ ରାସନ ସମଗ୍ରୀ ଓ ଆବଶ୍ୟକ ସାମଗ୍ରୀ ଦେଇଛନ୍ତି । ଆଗକୁ ମଧ୍ୟ ଏହି ପରିବାର ପ୍ରତି ସାହାଯ୍ୟ ସହଯୋଗ ଜାରି ରହିବ ବୋଲି ବବିତା ଦାଶ କହିଛନ୍ତି ।

ସାହାଯ୍ୟ, ହୋପ ଅଫ୍ ଲାଇଫ୍ ସହ ଜଡିତ ସମସ୍ତ ସଦସ୍ୟ ଯେଉଁ ଭଳି ନିସ୍ୱାର୍ଥପର ଭାବେ ସମାଜର ଗରିବ, ଦୁଃଖୀ, ଅସହାୟ ଓ ନିରାଶ୍ରୟ ଲୋକଙ୍କର ସେବା କରୁଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ । ସଦସ୍ୟମାନଙ୍କ ସମାଜସେବା ଭାବନାକୁ ସମ୍ମାନ ଜଣାଇ ସେମାନଙ୍କୁ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ସଂସ୍ଥା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Related Posts