FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଦେବାଳିଆ ସଜାଇଦେଲା ହତ୍ୟାକାରୀ, ନିଜ ହାତରେ ହତ୍ୟାକଲା ସ୍ତ୍ରୀ ଓ ପୁଅକୁ

ଦେବାଳିଆ ସଜାଇଦେଲା ହତ୍ୟାକାରୀ, ନିଜ ହାତରେ ହତ୍ୟାକଲା ସ୍ତ୍ରୀ ଓ ପୁଅକୁ

ଦେବାଳିଆ ସଜାଇଦେଲା ହତ୍ୟାକାରୀ, ନିଜ ହାତରେ ହତ୍ୟାକଲା ସ୍ତ୍ରୀ ଓ ପୁଅକୁ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ); ରାଜଧାନୀର ତମାଣ୍ଡୋ ଥାନା ଅଧିନ କଳିଙ୍ଗ ନଗର କେ-୪ ଫୋର ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ଦେବାଳିଆ ହୋଇ ପରିବାରକୁ କଲା ହତ୍ୟା । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ୍ । ଅଭିଯୁକ୍ତ ଜଣକ ବିଭିନ୍ନ ଜାଗାରୁ ଲୋନ୍ କରି ମାନସିକ ଦୁଶ୍ଚିନ୍ତାରେ ଥିଲା। ସୋମବାର ମଧ୍ୟାହ୍ନ ଭୋଜନ ସମୟରେ ଖାଦ୍ୟରେ ମା’ ଓ ପୁଅକୁ ନିଦ ଔଷଧ ଦେଇଥିବା ଅଭିଯୁକ୍ତ ସ୍ୱୀକାର କରିଛି। ଯାହା ପରେ ଯୁବକର ସ୍ତ୍ରୀ ଓ ପୁଅ ସନ୍ଧ୍ୟା ପରେ ଗଭୀର ନିଦରେ ଶୋଇ ପଡ଼ିଥିଲେ। ରାତି ୩ଟା ବେଳେ ଅଭିଯୁକ୍ତ ପ୍ରଥମେ ସ୍ତ୍ରୀ ଓ ପରେ ପୁଅ ବେକକୁ ଓଢ଼ଣୀରେ ଭିଡ଼ି ହତ୍ୟା କରିଥିଲା। ସ୍ତ୍ରୀ ଓ ପୁଅକୁ ହତ୍ୟା କରିବା ପରେ ଅଭିଯୁକ୍ତ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲା। କିନ୍ତୁ ଏଥିରେ ସେ ବିଫଳ ହୋଇଥିଲା। ମଙ୍ଗଳବାର ଦିନ ୧୦ଟା ଯାଏ ସେ ଘରେ ଥିଲା। ଏହା ପରେ ସେ ଘରକୁ ଭିତର ପଟୁ ବନ୍ଦ କରି ଛାତ ଉପରୁ ଡେଇଁ ବାହାରକୁ ଚାଲିଯାଇଥିଲା। ଏହା ପରେ ସେ ଭୁବନେଶ୍ୱରରେ ବୁଲୁଥିବା ସମୟରେ ନିଜ ଭଣଜାକୁ ହ୍ୱାଟ୍ସଆପ୍ ଜରିଆରେ ଜଣାଇଥିଲା ଯେ ସେ ତାଙ୍କ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଛି ଏବଂ ନିଜେ ଆତ୍ମହତ୍ୟା କରିବାକୁ ଯାଉଛି। ସେହି ହ୍ୱାଟ୍ସଆପ୍ ଚାଟକୁ ଜବତ କରାଯାଇଛି। ଅଭିଯୁକ୍ତର ଭଣଜାର ଷ୍ଟେଟମେଣ୍ଟକୁ ରେକର୍ଡ କରାଯିବ ବୋଲି ଡିସିପି କହିଛନ୍ତି। ମହିଳା ଓ ତାଙ୍କ ପୁଅର ମୃତଦେହର ପୋଷ୍ଟମର୍ଟମ ଏମ୍ସରେ କରାଯିବ। ଅଭିଯୁକ୍ତକୁ ପୁଲିସ୍ ଗିରଫ କରି କୋର୍ଟକୁ ଚାଲାଣ କରାଯିବ ବୋଲି ଡିସିପି କହିଛନ୍ତି।

Leave a Reply

Your email address will not be published. Required fields are marked *

Related Posts