FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଦୁର୍ଗମ ଅଞ୍ଚଳରେ ଡ୍ରୋନ ସାହାଯ୍ୟରେ ମିଳିବ କରୋନା ଭ୍ୟାକ୍ସିନ

ଦୁର୍ଗମ ଅଞ୍ଚଳରେ ଡ୍ରୋନ ସାହାଯ୍ୟରେ ମିଳିବ କରୋନା ଭ୍ୟାକ୍ସିନ

ଦୁର୍ଗମ ଅଞ୍ଚଳରେ ଡ୍ରୋନ ସାହାଯ୍ୟରେ ମିଳିବ କରୋନା ଭ୍ୟାକ୍ସିନ
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଖାଦ୍ୟ ପଦାର୍ଥ ଭଳି ଏବେ କରୋନା ଭ୍ୟାକ୍ସିନର ହେବ ହୋମ ଡେଲିଭରି । ସେ ବି ପୁଣି ଡ୍ରୋନ ଦ୍ୱାରା । ଦୁର୍ଗମ ଅଂଚଳର ଲୋକମାନେ କରୋନା ଟିକା ପାଇବାରୁ ବଂଚିତ ହେଉଥିବାରୁ ସରକାରଙ୍କ ଦ୍ୱାରା ଏଭଳି ପ୍ରଚେଷ୍ଟା ଆରମ୍ଭ କରାଯାଇଛି । ଏହି ପ୍ରୋଜେକ୍ଟକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ସୋମବାର ଉତ୍ତର ପୂର୍ବ ଅଂଚଳ ପାଇଁ ଆରମ୍ଭ କରିଛନ୍ତି । ଯାହା ଦ୍ୱାରା ବର୍ତ୍ତମାନ ଡ୍ରୋନ ଦ୍ୱାରା ଭ୍ୟାକ୍ସିନ ସେଂଟରକୁ ଟିକା ପଂହଚାଯିବ । ଓଉଗଜର ଏହି ପାଇଲଟ୍ ପ୍ରୋଜେକ୍ଟ ବର୍ତ୍ତମାନ ନାଗାଲାଣ୍ଡ, ମଣିପୁର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଆରମ୍ଭ ହେଉଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର‌୍ୟ୍ୟକ୍ରମକୁ ସମ୍ବୋଧିତ କରିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭିୟା କହିଛନ୍ତି ଯେ ଦକ୍ଷିଣ ଏସିଆରେ ଡ୍ରୋନର ଏହା ପ୍ରଥମ ବ୍ୟବସାୟିକ ଉଡ଼ାଣ। ୩୧ କିଲୋମିଟରର ଦୂରତା ୧୩-୧୫ ମିନିଟରେ ତୟ କରାଯାଇଛି। ମାଣ୍ଡଭିୟା ଆଉ ମଧ୍ୟ କହିଛନ୍ତି, ଡ୍ରୋନ୍ କେବଳ ଟିକା ଯୋଗାଣ ପାଇଁ ବ୍ୟବହୃତ ହେବ ନାହିଁ, ଭବିଷ୍ୟତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଔଷଧ ଏବଂ ରକ୍ତ ନମୁନା ପରିବହନ ପାଇଁ ବ୍ୟବହୃତ ହେବ।

Leave a Reply

Your email address will not be published. Required fields are marked *

Related Posts