FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ନରରାକ୍ଷସ ପାଲଟିଲା ସାତଜନ୍ମର ସାଥୀ, ନିର୍ମମ ଭାବରେ କଲା ସ୍ତ୍ରୀକୁ ହତ୍ୟା

ନରରାକ୍ଷସ ପାଲଟିଲା ସାତଜନ୍ମର ସାଥୀ, ନିର୍ମମ ଭାବରେ କଲା ସ୍ତ୍ରୀକୁ ହତ୍ୟା

ନରରାକ୍ଷସ ପାଲଟିଲା ସାତଜନ୍ମର ସାଥୀ, ନିର୍ମମ ଭାବରେ କଲା ସ୍ତ୍ରୀକୁ ହତ୍ୟା
SHARE NOW :

ଖୋର୍ଦ୍ଧା(ଲାଇଭ ଓଡିଶା ନ୍ୟୁଜ): କଥା ଦେଇଥିଲା ସାତ ଜନ୍ମଯାଏ ସାଥୀ ହୋଇ ରହିବ । ଅଗ୍ନିକୁ ସାକ୍ଷୀ ରଖି ମଥାରେ ଦେଇଥିଲା ସିନ୍ଦୁର । ହାତ ଧରି ନେଇ ଆସିଥିଲା ଘରକୁ । କିନ୍ତୁ ସେହି ହାତ ଆଜି ସ୍ତ୍ରୀ ପାଇଁ ସାଜିଲା କାଳ । ଶେଷରେ ସେହି ହାତରେ ସ୍ତ୍ରୀର ତଣ୍ଟି କାଟି କଲା ହତ୍ୟା । ପୁଣି ଏଭଳି କାଣ୍ଡ ଘଙ୍କାଇ ଚଂପଟ ମାରିଲା ସୈତାନ ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଙ୍କିଛି ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଗ୍ରାମରେ । ଆଉ ହତ୍ୟାର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ଇନ୍ଦିରା ପ୍ରିୟଦର୍ଶନୀ ମହାନ୍ତି । ଖବର ଅନୁଯାୟୀ ଇନ୍ଦିରା ପ୍ରିୟଦର୍ଶନୀ ଓ କାର୍ତ୍ତିକ ପ୍ରଧାନ ୨୦୦୫ରେ ପ୍ରେମ ବିବାହ କରିଥିଲେ । ହେଲେ ବିବାହ ପରେ ସେମାନଙ୍କ ସାଂସାରିକ ଜୀବନରେ ଦୀର୍ଘଦିନରୁ ଅଶାନ୍ତି ଲାଗିରହୁଥିଲା । ଏନେଇ କାର୍ତ୍ତିକ ତାଙ୍କ ଶ୍ୱଶୁର ଘରେ ରହୁଥିଲେ । ତେବେ ଜତକାଲି ରାତିରେ ସ୍ତ୍ରୀ ଇନ୍ଦିରା ଶୋଇଥିବା ବେଳେ କୌଣସି କାରଣରୁ କାର୍ତ୍ତିକ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି କାଟି ହତ୍ରା କରିବା ପରେ ଫେରାର ହୋଇଯାଇଥିଲେ । ଏନେଇ ଖବର ପାଇ ଟାଉନ ପୋଲିସ ଓ ସାଇଣ୍ଟଫିକ ଟିମ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି । ଏବଂ ମୃତ ମହିଳାଙ୍କ ମାମୁଁ ଥାନାରେ ଅଭିଯୋଗ କରିବା ପରେ କାର୍ତ୍ତିକଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥନରେ ଚଢାଉ କରାଯାଉଛି ।

Leave a Reply

Your email address will not be published. Required fields are marked *

Related Posts