- Home
- »
- Breaking News
- »
- ନିଆଁ ଲାଗି ଧ୍ୱଂସ ହୋଇଗଲା ଗୋଟିଏ ପରିବାର, ବର୍ତ୍ତିଲେ ଦୁଇ ଭାଇ
ନିଆଁ ଲାଗି ଧ୍ୱଂସ ହୋଇଗଲା ଗୋଟିଏ ପରିବାର, ବର୍ତ୍ତିଲେ ଦୁଇ ଭାଇ

SHARE NOW :
କେନ୍ଦୁଝର(ଲାଇଭ ଓଡିଶା ନ୍ୟୁଜ): କେନ୍ଦୁଝରରେ ଜିଳ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବାମେବାରୀ ଥାନା ଅଧୀନରେ ଥିବା ବଳଦା ପଞ୍ଚାୟତର ବଳଦା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ବିଜୁଳି ସର୍ଟସର୍କିଟ ଯୋଗୁ ନିଆଁ ଲାଗି ଧ୍ୱଂସ ହୋଇଗଲା ଗୋଟିଏ ପରିବାର । ବଳଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦେହୁରୀ (୩୫ ) ତାଙ୍କ ପତ୍ନୀ ଲକ୍ଷ୍ମୀ ଦେହୁରୀ ( ୩୨ ) ଓ ତାଙ୍କ ଦୁଇ ପୁଅ ଯଥା ବଡ଼ ପୁଅ ତରଣୀ ଏବଂ ସାନ ପୁଅ ରଥି ଙ୍କ ସହିତ ଶୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ହଠାତ୍ ବିଜୁଳି ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା । ଅତି ପ୍ରବଳ ଗତିରେ ନିଆଁ ଜଳିବା ହେତୁ ଘରେ ଥିବା ଫ୍ରିଜ, ଟିଭି ଓ ସୁଇଚ ବୋର୍ଡ ଜଳିବା ସଙ୍ଗେ ସଙ୍ଗେ ଘରର ସମସ୍ତ ଆସବାପତ୍ର ରେ ନିଆଁ ଲାଗି ଯାଇଥିଲା । ଫଳରେ ଶୋଇଥିବା ବିଛଣାରେ ମଧ୍ୟ ନିଆଁ ଲାଗି ହୁତୁହୁତୁ ହୋଇ ଜଳିବା ବେଳେ ହଠାତ୍ ଦୁଇ ପୁଅଙ୍କ ନିଦ ଭାଙ୍ଗିବା ହେତୁ ଦୁହେଁ ବାହାରକୁ ଦୈାଡି ଯାଇ ବଡ଼ ପାଟିରେ ଚିତ୍କାର କରିଥିଲେ । ତାଙ୍କର ଚିତ୍କାର ଶୁଣି ପାଖ ପଡୋଶୀ ଆସି ଦେଖିଲା ବେଳକୁ ସ୍ବାମୀ ଓ ସ୍ତ୍ରୀ ଙ୍କ ଶରୀର ଅଧା ଜଳି ଯାଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ଦୁହିଁଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ଗାଁ ଲୋକେ ସ୍ଥାନୀୟ ବାମେବାରୀ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ରାତିସାରା ଜଗି ରହିଥିଲେ । ଆଜି ସକାଳ ୧୦ ଘଟିକା ସମୟରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ଜାରି ରଖିଥିବା ଜଣାପଡିଛି ।