ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର

SHARE NOW :
ଅନୁଗୋଳ(ଲାଇଭ୍ ଓଡିଶା ନ୍ୟୁଜ୍/ କିଶୋର ଷଡଙ୍ଗୀ): ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ ନିଶାଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କାଳିଆକଟା ଗ୍ରାମ ନିକଟରୁ ଗୁରୁବାର ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ ।ମୃତ ଯୁବକ ଜଣକ କାଳିଆକଟା ଗ୍ରାମର ଡିଲେଶ୍ୱର ପ୍ରଧାନ ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ ଡିଲେଶ୍ୱର , ଗତ ସୋମବାର ଜଣେ ସମ୍ପର୍କିୟଙ୍କୁ ଘରୁ ଛାଡିବାକୁ ଆସି ଘରକୁ ଫେରିନଥିଲେ ।ଡିଲେଶ୍ବର ବିଳମ୍ବିତ ରାତି ପର୍ୟ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ।ତାଙ୍କୁ ନପାଇବାରୁ ଡିଲେଶ୍ବର ନିଖୋଜ ହୋଇଥିବା ନେଇ ନିଶା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ତେବେ ତିନିଦିନ ପରେ କାଳିଆକଟା ଗ୍ରାମ ଠାରୁ କିଛି ଦୂରରେ ଥିବା ଏକ ଗାଡିଆରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଗ୍ରାମର କଛି ଲୋକ ଦେଖିବାକୁ ପାଇଥିଲେ । ଏ ନେଇ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ ।ଖବର ପାଇ ନିଶା ଶିଳ୍ପାଂଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଆରେ ଭାସୁଥିବା ଶବକୁ ଉଦ୍ଧାର କରିଥିଲେ ।ଉଦ୍ଧାର ପରେ ମୃତକ ଜଣକ କାଳିଆକଟା ଗ୍ରାମର ଡିଲେଶ୍ବର ବୋଲି ଜଣାପଡିଛି ।ଏ ନେଇ ପୋଲିସ ଶବକୁ ଜବତ କରିବା ସହ ଘଟଣାର ଛାନଭିନ ଚଳାଇଛି ।