FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ପଞ୍ଚାୟତ ଆଇନ ସଂଶୋଧନ ବିଲ୍ ପାରିତ

ପଞ୍ଚାୟତ ଆଇନ ସଂଶୋଧନ ବିଲ୍ ପାରିତ

ପଞ୍ଚାୟତ ଆଇନ ସଂଶୋଧନ ବିଲ୍ ପାରିତ
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡିଶା ନ୍ୟୁଜ୍‌): ବିଧାନସଭାରେ ପଞ୍ଚାୟତ ଆଇନ ସଂଶୋଧନ ବିଲ୍ ପାରିତ ହୋଇଛି । ଏସସି/ଏସଟି ଓ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ । ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ । ଏସସି/ଏସଟି ପାଇଁ ସଂରକ୍ଷଣ ପରେ ଅବଶିଷ୍ଟ ପଛୁଆ ବର୍ଗଙ୍କ ପାଇଁ ରହିବ।


ପଛୁଆ ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାରେ ଯାହା ଲାଗୁ ହେବ ତାହା ପ୍ରାଧିକୃତ ଅଧିକାରୀ କାର୍ଯ୍ୟକାରୀ କରିବେ। ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଆସନ ସଂରକ୍ଷଣ ହେବା ପରେ ଅବଶିଷ୍ଟ ଆସନଗୁଡିକ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ କରାଯିବ।


ଓଡିଶା ପଞ୍ଚାୟତ ଆଇନ (ସଂଶୋଧନ) ବିଲ୍, ୨୦୨୧, ଯାହା ଦ୍ୱାରା ଓଡିଶା ଗ୍ରାମାଞ୍ଚଳ ଅଧିନିୟମ, ୧୯୬୪ ରେ ସଂଶୋଧନ ହେଲା । ଗତକାଲି ଗୃହରେ ଓଡ଼ିଶା ପଞ୍ଚାୟତ ସମିତି ଅଧିନିୟମ, ୧୯୫୯ ଏବଂ ଓଡିଶା ଜିଲା ପାରିଷଦ ଆକ୍ଟ, ୧୯୯୧ ମଧ୍ୟ ପ୍ରଣୟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Related Posts