FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବର୍ଷା ପାଣିରେ ଡୁବିଲା ଗାଁ

ବର୍ଷା ପାଣିରେ ଡୁବିଲା ଗାଁ

ବର୍ଷା ପାଣିରେ ଡୁବିଲା ଗାଁ
SHARE NOW :

ଜଗତସିଂହପୁର(ଲାଇଭ ଓଡ଼ିଶା ନ୍ୟୁଜ୍‌): ଯେଉଁ ଆଡେ ଚାହିଁବ ଖାଲି ପାଣି ଆଉ ପାଣି । କେଉଁଠି ଜଙ୍ଘେ ତ ଆଉ କେଉଁଠି ଅଣ୍ଟାଏ । ଗାଁ ଗଣ୍ଡା, ବିଲ ବାଡି, ଘରଦ୍ୱାର, ନାଳ ପୋଖରୀ, ରାସ୍ତା ଘାଟ ସବୁ କିଛି ପାଣିରେ ବୁଡିଗଲାଣି । ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ବେହାଲ ସାରା ଓଡିଶା ବାସୀ । ଲଘୁଚାପ ଜନିତ ବର୍ଷାରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଓଷକଣା ଗ୍ରାମବାସୀ ଏବେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ବର୍ଷାର ପ୍ରକୋପ ଏତେ ଯେ ଅନେକ ଛାଟିମାଟି ଘର ମାଟିରେ ମାଶି ଯାଇଛି ।


ଭଲକରି ଏ ଭିଜୁଆଲ ଦେଖନ୍ତୁ କିଭଳି ଭାବେ ପାଣିରେ ଘର ବୁଡିଯାଇଛି । ରାସ୍ତା ଉପରେ ପାଣି ଛିଡା ହୋଇଛି । ଗାଁ ମନ୍ଦିର ବି ପାଣିରେ ଘେରରେ ରହିଛି । ଦୁଇଦିନ ବର୍ଷା ହେବା ପରେ ଏହି ଗ୍ରାମଟି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି । ପ୍ରାୟ ୧୦ରୁ ୨୦ ଘର ଜଳବନ୍ଧୀ ଅବସ୍ଥାରେ ଥିବା ବେଳେ ବର୍ଷା ଜଳ ଘରେ ପଶି ସମସ୍ତ ଆସବାସ ପତ୍ର ନଷ୍ଟ କରିଦେଇଛି ।


ଗାଁ ଲୋକ ଏଭଳି ସମସ୍ୟାରେ ଥିବା ବେଳେ ସେମାନଙ୍କୁ ସାହାଯ୍ୟର ହାତ ସ୍ଥାନୀୟ ଅଞ୍ଚଳର ଜନସେବା କ୍ଲବ । କ୍ଲବର ସଦସ୍ୟମାନଙ୍କ ତରଫରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବି ବଣ୍ଟନ କରାଯାଇଛି । ଲଗାଣ ବର୍ଷାରେ ଘରଦ୍ୱାର ହରାଇ ଥିବା ଓଷକଣା ଗ୍ରାମବାସୀମାନେ ସରକାରୀ ସାହାଯ୍ୟକୁ ଅପେକ୍ଷା କରି ରହିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts