FOLLOW US ON SOCIAL

  1. Home
  2. »
  3. ଖେଳ
  4. »
  5. ପାରା ଅଲମ୍ପିକ୍ ସ୍ୱର୍ଣ୍ଣ ବିଜେତା, ପ୍ରମୋଦ ଭଗଦ ଙ୍କୁ ୬ କୋଟି

ପାରା ଅଲମ୍ପିକ୍ ସ୍ୱର୍ଣ୍ଣ ବିଜେତା, ପ୍ରମୋଦ ଭଗଦ ଙ୍କୁ ୬ କୋଟି

ପାରା ଅଲମ୍ପିକ୍ ସ୍ୱର୍ଣ୍ଣ ବିଜେତା, ପ୍ରମୋଦ ଭଗଦ ଙ୍କୁ ୬ କୋଟି
SHARE NOW :

ଭୁବନେଶ୍ୱର, ୮.୯ ( ଲାଇଭ୍ ଓଡିଶା ନ୍ୟୁଜ୍‌): ପାରା ଅଲମ୍ପିକ୍ ସ୍ୱର୍ଣ୍ଣ ବିଜେତା ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ୬ କୋଟି ଟଙ୍କା ପୁରଷ୍କାର ରାଶି ଘୋଷଣା କରିଛିନ୍ତି ରାଜ୍ୟ ସରକାର । ଟୋକିଓ ପାରା ଅଲମ୍ପିକ୍ ରେ ପୁରୁଷ ବ୍ୟାଡମିଣ୍ଟନ୍ରେ ସ୍ୱର୍ଣ୍ଣ ପଦକ ହାସଲ କରି ପୁରା ଦେଶକୁ ଗୌରବାନିତ୍ୱ କରିଛନ୍ତି ପ୍ରମୋଦ ।
ପ୍ରମୋଦ ଙ୍କ ଏହି ସ୍ୱର୍ଣ୍ଣିମ ସଫଳତା ପାଇଁ ପୁରା ଦେଶ ଗର୍ବିତ ଥିବା ବେଳେ ଓଡ଼ିଶା ସରକାର ପ୍ରମୋଦଙ୍କ ପାଇଁ ଆଜି ୬ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିବା ସହ ରାଜ୍ୟ ସରକାରଙ୍କ ଅଧିନରେ ଥିବା ‘ଗୃପ-ଏ’ ଚାକିରୀ ତାଙ୍କୁ ପ୍ରଦାନ କରାଯିବ ବୋଲି ଜଣାଇଛନ୍ତି।

ପୂର୍ବ ଘୋଷଣା ଅନୂଯାଇ ଅଲମ୍ପିକ୍ ରେ ସ୍ୱର୍ଣ୍ଣ ବିଜେତାଙ୍କୁ ୬ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଯାହାକୁ ନେଇ ଏବେ ପାରା ଅଲମ୍ପିକ୍ ରେ ସ୍ୱର୍ଣ୍ଣ ହାସଲ କରିବା ପରେ ପ୍ରମୋଦ ଭଗତଙ୍କ ପାଇଁ ଏହି ପୁରସ୍କାର ରାଶି ଘୋଷଣା କରାଯାଇଛି । ଭୁବନେଶ୍ୱରର ପୁରୀ ଠାରେ ତାଙ୍କୁ ଚେକ୍ ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *

Related Posts