FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ପିପିଲି ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ ପ୍ରକ୍ରିୟା

ପିପିଲି ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ ପ୍ରକ୍ରିୟା

ପିପିଲି ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ ପ୍ରକ୍ରିୟା
SHARE NOW :

ପୁରୀ(ଲାଇଭ୍ ଓଡିଶା ନ୍ୟୁଜ୍): ପିପିଲି ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା ଏବଂ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ସମୁଦାୟ ୩୪୮ଟି ବୁଥରେ ୨ଲକ୍ଷ ହଜାର ୯୯୮ ଜଣ ଭୋଟର ମତଦାନ ଦେବାର ବ୍ୟବସ୍ଥା କରାଯାଇଛି। ସେଥି ମଧ୍ୟରୁ ୨୦୧ଟି ବୁଥକୁ ସମ୍ବେଦନଶୀଳ ବୁଥ୍ ଘୋଷଣା କରାଯାଇଛି। ଏହି ସମ୍ବେଦନଶୀଳ ବୁଥଗୁଡ଼ିକ ମଧ୍ୟରୁ ୧୭୫ଟିରେ ୱେବକାଷ୍ଟିଙ୍ଗ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି।


ଆଜି ସକାଳେ ପାଣିଦୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଥ ନମ୍ବର ୧୩୩ରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ତାଙ୍କ ପରିବାର ସହ ଧାଡ଼ିରେ ଛିଡ଼ାହୋଇ ଭୋଟ ଦେଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଡେଲାଙ୍ଗ ବ୍ଳକର ଝାରପଡ଼ା ସ୍କୁଲର ୫ ନମ୍ବର ବୁଥରେ ପରିବାର ସହ ଆସି ମତଦାନ ଦେଇଛନ୍ତି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମଧ୍ୟ ପିପିଲିର କମାକନ୍ତିଆ ସରକାରୀ ଉଚ୍ଚବିଦ୍ୟାଳୟର ୨୩୪ ନମ୍ବର ବୁଥରେ ଭୋଟ ଦେଇଛନ୍ତି।


ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ସକାଳ ୯ଟା ସୁଦ୍ଧା ୭.୮ ପ୍ରତିଶତ ମତଦାନ ହୋଇଥିବାବେଳେ ଦିନ ୧୧ଟା ସୁଦ୍ଧା ୨୪.୭୬ ପ୍ରତିଶତ ଏବଂ ଦିନ ୧ଟା ସୁଦ୍ଧା ୪୫.୩୨ ପ୍ରତିଶତ ମତଦାନ କରାଯାଇଛି। ଏହିକ୍ରମରେ ଆଗକୁ ମତଦାନ ପ୍ରକ୍ରିୟା ବଢ଼ିବ ବୋଲି ଆଶା ରଖାଯାଇଛି।


ସମସ୍ତ କରୋନା କଟକଣା ଭିତରେ ପିପିଲି ଉପନିର୍ବାଚନ ପାଇଁ ଭୋଟରମାନେ ମତଦାନ ଦେଉଛନ୍ତି। । ପ୍ରତି ବୁଥରେ କୋଭିଡ ନୋଡାଲ ଅଧିକାରୀ ରହିଛନ୍ତି। ଭୋଟରମାନଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରାଯିବା ସହିତ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଡବଲ ଡୋଜ ଟିକା ନେଇଥିବା କର୍ମଚାରୀ ଭୋଟିଂ କେନ୍ଦ୍ରରେ ମୁତୟନ ହୋଇଛନ୍ତି। ଲକ୍ଷଣ ଥିବା ଭୋଟର ଘରେ ରହି ଶେଷ ମୁହୁର୍ତ୍ତରେ ଭୋଟ ଦେଇପାରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *

Related Posts