FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ପିପିଲି ଉପନିର୍ବାଚନ: ଶୃଙ୍ଖଳାର ସହ ଆଗେଇ ଚାଲିଛି ମତଦାନ ପ୍ରକ୍ରିୟା

ପିପିଲି ଉପନିର୍ବାଚନ: ଶୃଙ୍ଖଳାର ସହ ଆଗେଇ ଚାଲିଛି ମତଦାନ ପ୍ରକ୍ରିୟା

ପିପିଲି ଉପନିର୍ବାଚନ: ଶୃଙ୍ଖଳାର ସହ ଆଗେଇ ଚାଲିଛି ମତଦାନ  ପ୍ରକ୍ରିୟା
SHARE NOW :

ପୁରୀ(ଲାଇଭ୍ ଓଡିଶା ନ୍ୟୁଜ୍‌): ଆଜି ପିପିଲି ଉପନିର୍ବାଚନ। ଶୃଙ୍ଖଳାର ସହ ଭୋଟରମାନେ ମତଦାନ ଦେଉଛନ୍ତି। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା ଏବଂ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ସମୁଦାୟ ୩୪୮ଟି ବୁଥରେ ୨ଲକ୍ଷ ହଜାର ୯୯୮ ଜଣ ଭୋଟର ମତଦାନ ଦେବାର ବ୍ୟବସ୍ଥା କରାଯାଇଛି। ସେଥି ମଧ୍ୟରୁ ୨୦୧ଟି ବୁଥକୁ ସମ୍ବେଦନଶୀଳ ବୁଥ୍ ଘୋଷଣା କରାଯାଇଛି।


ଏହି ସମ୍ବେଦନଶୀଳ ବୁଥଗୁଡ଼ିକ ମଧ୍ୟରୁ ୧୭୫ଟିରେ ୱେବକାଷ୍ଟିଙ୍ଗ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି। ସେହିପରି ୨୩ଟି ବୁଥରେ ମାଇକ୍ରୋ ଅବଜରଭର୍ ମୁତୟନ ହୋଇଛନ୍ତି। ଆଇନ ଶୃଙ୍ଖଳା ପାଇଁ ସମସ୍ତ ବୁଥରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।


ସମସ୍ତ କରୋନା କଟକଣା ଭିତରେ ପିପିଲି ଉପନିର୍ବାଚନ ପାଇଁ ଭୋଟରମାନେ ମତଦାନ ଦେଉଛନ୍ତି। । ପ୍ରତି ବୁଥରେ କୋଭିଡ ନୋଡାଲ ଅଧିକାରୀ ରହିଛନ୍ତି। ଭୋଟରମାନଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରାଯିବା ସହିତ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଡବଲ ଡୋଜ ଟିକା ନେଇଥିବା କର୍ମଚାରୀ ଭୋଟିଂ କେନ୍ଦ୍ରରେ ମୁତୟନ ହୋଇଛନ୍ତି। ଲକ୍ଷଣ ଥିବା ଭୋଟର ଘରେ ରହି ଶେଷ ମୁହୁର୍ତ୍ତରେ ଭୋଟ ଦେଇପାରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।


ବିଜେଡି ପକ୍ଷରୁ ରୁଦ୍ର ପ୍ରତାପ ମହରାଥୀ ଏଠାରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସର ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Related Posts