FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ପିସିଆର ଭ୍ୟାନକୁ ଧକ୍କା ଦେଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ୫ ପୋଲିସ ଅଧିକାରୀ

ପିସିଆର ଭ୍ୟାନକୁ ଧକ୍କା ଦେଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ୫ ପୋଲିସ ଅଧିକାରୀ

ପିସିଆର ଭ୍ୟାନକୁ ଧକ୍କା ଦେଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ୫ ପୋଲିସ ଅଧିକାରୀ
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ପିସିଆର ଗାଡ଼ିକୁ ପଛ ପଟୁ ଧକା ଦେଲା ଏକ ମାଲ ବୋଝେଇ ଟ୍ରକ । ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି । ଏପରି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଓଭରବ୍ରିଜ୍ ଉପରେ । ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆଉ ୫ ଜଣ । 

ପିସିଆର ଗାଡ଼ିକୁ ପଛ ପଟୁ ଧକ୍କା ଦେଇ ସେଠାରୁ ଟ୍ରକ୍ ପଳାଇଥିବା ବେଳେ ଅନ୍ୟ ଏକ ପିସିଆର ଟିମ୍ ପିଛା କରିଥିଲା । ପାହାଳ ନିକଟରୁ ଟ୍ରକକୁ ଜବତ କରାଯାଇଛି । ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଓ ହେଲଫର ଫେରାର ହୋଇଯାଇଛନ୍ତି । ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି ।

Leave a Reply

Your email address will not be published. Required fields are marked *

Related Posts