FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ପୁଣି ଫେରିଛି ଆଉ ଏକ ଲଘୁଚାପ: ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ପୁଣି ଫେରିଛି ଆଉ ଏକ ଲଘୁଚାପ: ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ପୁଣି ଫେରିଛି ଆଉ ଏକ ଲଘୁଚାପ: ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡିଶା ନ୍ୟୁଜ୍‌): ରାଜ୍ୟକୁ ଡରାଇଲାଣି ଆଉଏକ ଲଘୁଚାପ। ଘୂର୍ଣ୍ଣିବଳୟ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ଲାଗି ରହିଥିବା ବେଳେ ଆସନ୍ତା ୨୫ତାରିଖରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।


ଏବେ ରାଜ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ,ଏହା ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏଥିପାଇଁ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାପରେ ପୁଣି ୨୬ ତାରିଖରୁ ଆଉ ଏକ ଲଘୁଚାପ ପ୍ରଭାବ ହେବାର ଅନୁମାନ ମଧ୍ୟ କରାଯାଇଛି ।


ଗାଙ୍ଗେୟ ଉପତ୍ୟକାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମବଙ୍ଗରେ ବର୍ଷା ଜାରି ରହିଛି। ଉତ୍ତର ଓଡ଼ିଶାର ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ରେ ଆଜି ପ୍ରବଳ ବର୍ଷିବ। ଏନେଇ ଟୁଇଟ କରି ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Leave a Reply

Your email address will not be published. Required fields are marked *

Related Posts