FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ପୁଣି ୧୦୦ଟପିଛି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା

ପୁଣି ୧୦୦ଟପିଛି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା

ପୁଣି ୧୦୦ଟପିଛି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା
SHARE NOW :

ଭୁବନେଶ୍ୱର(ଲାଇଭଓଡିଶା ନ୍ୟୁଜ): ଗତ୨୪ଘଣ୍ଟାର ରିପୋର୍ଟ ଅନୁଯାୟୀ ରାଜ୍ୟରେ ଆଉ ୭୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷ ମଧ୍ୟରେ ୧୦୨ ଜଣ ଅଛନ୍ତି। ସେହିପରି ମୋଟ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୩ ଜଣ କ୍ୱାରେଣ୍ଟାଇନ୍ ଓ ବାକି ୩୧୯ଟି ଲୋକାଲ୍ କେସ୍ ରହିଛି।


ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକରୁ ୧୧୯, ମୟୂରଭଞ୍ଜରୁ ୨୯, ସୁନ୍ଦରଗଡ଼ରୁ ୨୬ ,ଜଗତସିଂହପୁରରୁ ୨୪, ଅନୁଗୋଳରୁ ୨୦, କେନ୍ଦ୍ରାପଡ଼ାରୁ ୨୧, ଯାଜପୁରରୁ ୧୯, ପୁରୀରୁ ୧୬ବାଲେଶ୍ୱରରୁ ୧୭, ବରଗଡ଼ରୁ ୧୩, ଭଦ୍ରକରୁ ୯, ଢେଙ୍କାନାଳରୁ ୯, କୋରାପୁଟରୁ ୬, ବଲାଙ୍ଗିରରୁ ୨, ଦେବଗଡ଼ରୁ ଜଣେ, ଗଜପତିରୁ ଜଣେ, ଗଞ୍ଜାମରୁ ୪, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ, କେନ୍ଦୁଝରରୁ ୭, ମାଲକାନଗିରିରୁ ଜଣେ, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୩, ନୂଆପଡ଼ାରୁ ୩, ରାୟଗଡ଼ାରୁ ୬, ସମ୍ବଲପୁରରୁ ୭, ସୋନପୁରରୁ ୩, ଓ ଷ୍ଟେଟ୍ ପୁଲ୍ରୁ ୭୪ ଜଣ ଚିହ୍ନଟ ହୋଇଛନ୍ତି।


ଗତକାଲିର ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳକୁ ଥିବାବେଳେ ଆଜିର ରିପୋର୍ଟ ଅନୁଯାୟୀ ତାହା ୧୦୦ ଟପିଛି । ସେପଟେ ୭୬୨ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୩ ହଜାର ୫୬୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯୮ ହଜାର ୫୯୧ ଜଣ ସୁସ୍ଥ ହୋଇସାରିଛନ୍ତି। ୬,୮୫୩ ଜଣ ଚିକିତ୍ସାଧୀନ ଅଛନ୍ତି।

Leave a Reply

Your email address will not be published. Required fields are marked *

Related Posts