- Home
- »
- Breaking News
- »
- ପ୍ରଫେସର ଦୀପକ ବେହେରା କିସ୍ ବିଶ୍ୱବିଦ୍ୟାଳୟର ନୂତନ କଳୁପତି
ପ୍ରଫେସର ଦୀପକ ବେହେରା କିସ୍ ବିଶ୍ୱବିଦ୍ୟାଳୟର ନୂତନ କଳୁପତି

SHARE NOW :
ଭୁବନେଶ୍ୱର(ଲାଇଭ୍ ଓଡ଼ିଶା ନ୍ୟୁଜ୍): ବିଶିଷ୍ଟ ଶିକ୍ଷାବିତ୍ତଥା ନୃତତ୍ତ୍ୱବିତ୍ ଏବଂ ଦକ୍ଷ ପ୍ରଶାସକ ପ୍ରଫେସର ଦୀପକ କୁମାର ବେହେରା କିସ୍ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଯୋଗ ଦେଇଛନ୍ତି । କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ଉଭୟ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେପ୍ରଫେସର ବେହେରା ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । କିସ୍ ବିଶ୍ୱବିଦ୍ୟାଳୟ ରେ ଯୋଗଦାନ ପୂର୍ବରୁ ପ୍ରଫେସର ବେହେରା ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିବା ସହ ବଲାଙ୍ଗୀର ସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେବାର ଗୌରବ ଅର୍ଜ୍ଜନ କରିଥେିଲ । କାଲିଫର୍ଣ୍ଣିଆ ଷ୍ଟେଟ୍ ୟୁନିଭରସିଟିରେ ଫଲୁ ବ୍ରାଇଟ୍ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରିଥିବା ପ୍ରଫେସର ବେହେରା ନୃତତ୍ତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି ।
ଭାରତରେ ସାଂସ୍କୃତିକ ନୃତତ୍ତ୍ୱ କ୍ଷେତ୍ରରେଉଲ୍ଲେଖନୀୟ ଅବଦାନ ସକାଶେ ପ୍ରଫେସର ବେହେରାଙ୍କୁ କୋଲକାତା ସ୍ଥିତ ଏସିଆଟିକ୍ ସୋସାଇଟି ପକ୍ଷରୁ ସମ୍ମାନଜନକ ଶରତ ଚନ୍ଦ୍ର ରାୟ ସ୍ମାରକୀ ସୂର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ପ୍ରଫେସର ବେହେରାଙ୍କ ୧୨୦ରୁ ଊର୍ଦ୍ଧ୍ୱ ଗବେଷଣାତ୍ମକ ସନ୍ଦର୍ଭ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଜର୍ଣ୍ଣାଲ୍ରେ ପ୍ରକାଶ ପାଇଛି । ସେ ମଧ୍ୟ କମ୍ର।ଗତ ଭାବେ ୨ ଥର ବିଶ୍ୱ ନତୃତ୍ତ୍ୱ ସଂଘ (ଇଣ୍ଟରନ୍ୟାସନାଲ୍ ୟୁନୟିନ୍ ଅଫ୍ ଆନ୍ଥ୍ରୋପୋଲୋଜିକାଲ୍ ଆଣ୍ଡ ଇଥନୋଲୋଜିକାଲ୍ ସାଇନ୍ସେସ୍, ଆଇୟୁଏଇଏସ)ର କାର୍ଯ୍ୟକାରୀ ବୋର୍ଡର ସଦସ୍ୟ ଭାବେ କାର୍ଯ୍ୟକରିବାର ଗୌରବ ଅର୍ଜ୍ଜନ କରିଥିଲେ । ପ୍ରଫେସର ବେହେରା ହେଉଛନ୍ତି ଆଇୟୁଏଇଏସ୍ ଇଣ୍ଟରନ୍ୟାସନାଲ୍ କମିଶନ୍ ଅନ୍ ଆନ୍ଥ୍ରୋପୋଲୋଜି ଅଫ୍ ଚିଲଡ୍ରେନ, ୟୁଥ୍ ଆଣ୍ଡ ଚାଇଲ୍ଡହୁଡ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ । କିସ୍ ବିଶ୍ୱବିଦ୍ୟାଳୟରେ ଯୋଗଦେବା ପରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରଫେସର ବେହେରାଙ୍କୁ ଅଭିନନ୍ଦନ ଜଣାଇବା ସହ କିସ୍ ଭଗବାନଙ୍କ ଏକ ଅନବଦ୍ୟ କୃତି ବୋଲି କହିଛନ୍ତି । ଈଶ୍ୱରଙ୍କ ଆଶୀର୍ବାଦରେ କିସ୍ ପରିଚାଳନା ହେଉଛି ଏବଂ ବିନାଦେୟରେ ରହିବା, ଖାଇବା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସହ ୩୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଥିବା ବିଶ୍ୱର ଏକମାତ୍ର ଜନଜାତି ବିଶ୍ୱବିଦ୍ୟାଳୟ ହେଉଛି କିସ୍ ।
ଆଗାମୀ ଦିନରେ କିସ୍ ବିଶ୍ୱର ଏକ ବିରଳ ଅନୁଷ୍ଠାନର ମାନ୍ୟତା ପାଇବ ବୋଲି ଶ୍ରୀ ସାମନ୍ତ ଆଶାବ୍ୟକ୍ତ କରିଛନ୍ତି । ଏହି ଅବସରରେ ଜଣେ ବିଶିଷ୍ଟ ଶିକ୍ଷାବିତ୍ କିସ୍ ବିଶ୍ୱବିଦ୍ୟାଳୟର ଉପକୁଳପତି ଓ ବିଶ୍ୱରେବେଶନାମକମେଇଥିବାଜଣେ ଓଡିଆ ବ୍ୟକ୍ତି କିସ୍ ବିଶ୍ୱବିଦ୍ୟାଳୟରଉପକୁଳାଧିପତି ଭାବେ ଯୋଗ ଦେଉଥିବା ଶ୍ରୀ ସାମନ୍ତ ସୂଚନା ଦେଇଥିଲେ ।