FOLLOW US ON SOCIAL

  1. Home
  2. »
  3. ଜୀବନଚର୍ଯ୍ୟା
  4. »
  5. ପ୍ରାକ୍‍-ମଧୁମେହକୁ ରୋକାଯାଇପାରିବ: କିମ୍‌ସ ବିଶେଷଜ୍ଞ

ପ୍ରାକ୍‍-ମଧୁମେହକୁ ରୋକାଯାଇପାରିବ: କିମ୍‌ସ ବିଶେଷଜ୍ଞ

ପ୍ରାକ୍‍-ମଧୁମେହକୁ ରୋକାଯାଇପାରିବ: କିମ୍‌ସ ବିଶେଷଜ୍ଞ
SHARE NOW :

ଭୁବନେଶ୍ୱର : ପରିବର୍ତ୍ତିତ ଜୀବନଶୈଳୀ ଏବଂ ଶାରୀରିକ ପରିଶ୍ରମ ନ କରିବା କାରଣରୁ ଲୋକମାନେ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏଥିରେ ପରିବର୍ତ୍ତନ ଅଣାଯାଇପାରିଲେ ଲୋକମାନେ ପ୍ରାକ୍‍-ମଧୁମେହ (ପ୍ରି-ଡାୟାବେଟିସ୍‍) ଅବସ୍ଥାରୁ ନିଜକୁ ରକ୍ଷା କରିପାରିବେ । ବର୍ତ୍ତମାନ ପ୍ରାକ୍‍-ମଧୁମେହ ଭାରତରେ ଏକ ସମସ୍ୟା ରୂପେ ଉଭା ହୋଇଛି। ଠିକ୍‍ ସମୟରେ ଏହାର ପରୀକ୍ଷା ନିରୀକ୍ଷା କରା ନ ଗଲେ କ୍ଲିନିକାଲ ଡାୟାବେଟିସ୍ ମେଲିଟସ୍ ଆଡକୁ ଅଗ୍ରଗତି କରିଥାଏ । ପ୍ରତିବର୍ଷ ପ୍ରାକ୍‍-ମଧୁମେହ ଅବସ୍ଥାରେ ଥିବା ୩.୬ ରୁ ୮.୭ ପ୍ରତିଶତ ଲୋକ ମଧୂମେହ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ପ୍ରାକ୍‍-ମଧୁମେହ କ୍ଷେତ୍ରରେ ଲୋକଙ୍କ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ । ଯାହା ପରବର୍ତ୍ତୀ ସମୟରେ ହୃଦଘାତ ହେବାର ଆଶଙ୍କାକୁ ମଧ୍ୟ ବଢ଼ାଇଥାଏ । ଯଦି ଠିକ୍ ସମୟରେ ଏହାକୁ ଚିହ୍ନଟ କରାଯାଇ ଉପଯୁକ୍ତ ଚିକିତ୍ସା କରାଯାଏ ତେବେ ଏହି ଲକ୍ଷଣରୁ ବ୍ୟକ୍ତି ଦୂରେଇ ରହିପାରିବ । ଏହାର ଚିକିତ୍ସା ପ୍ରଣାଳୀ ଅତି ସରଳ ବୋଲି କିମ୍‌ସ ସୁପରସ୍ପେସିଆଲିଟି ତଥା ଆମେରିକୀୟ ଆସୋସିଏସନ୍ ଅଫ୍ କ୍ଲିନିକାଲ ଏଣ୍ଡୋକ୍ରାଇନୋଲୋଜି ପ୍ରଫେସର ଡାକ୍ତର ସମ୍ବିତ ଦାସ କହିଛନ୍ତି ।
କିମ୍‌ସରେ ପ୍ରାକ୍‍-ମଧୁମେହର ଚିକତ୍ସା: କିମ୍‌ସ ସୁପରସ୍ପେସିଆଲିଟି ହସ୍ପିଟାଲ ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ଖ୍ୟାତି ସମ୍ପନ୍ନ ବିଶେଷଜ୍ଞ ଏଣ୍ଡୋକ୍ରାଇନୋଲୋଜିଷ୍ଟମାନେ ବିଭିନ୍ନ ପ୍ରକାର ଜଟିଳ ମଧୁମହେ ରୋଗର ଉପଯୁକ୍ତ ଚିକିତ୍ସା ପ୍ରଦାନ କରିଆସୁଛନ୍ତି । ଏଥି ସହ ବିଭିନ୍ନ ପ୍ରକାର ମଧୁମେହ ନିୟନ୍ତ୍ରଣ ଯଥା ଥାଇରଏଡ୍‍ ଭଳି ଏଣ୍ଡୋକ୍ରାଇନୋପାଥି, ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ (ପିସିଓଏସ୍‌), ଅଷ୍ଟିଓପୋରୋସିସ୍‌, ମେଟାବଲିକ୍ ବୋନ୍ ଡିଜଅର୍ଡର ଏବଂ ବିଭିନ୍ନ ପିଟୁଇଟାରୀ, ଆଡ୍ରେନାଲ, ପାରାଥାଇରଏଡ ଏବଂ ଗୋନାଡାଲ ଭଳି ଜଟିଳ ବ୍ୟାଧିର ମଧ୍ୟ ଚିକିତ୍ସା କିମ୍‍ସ-ଭୁବନେଶ୍ୱର ପ୍ରଦାନ କରୁଛି । ପ୍ରାଥମିକ ଅବସ୍ଥାରେ ମଧୁମେହ ବିଷୟରେ ଜାଣିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାସହ ଏହାର ନିୟମିତ ସ୍କ୍ରିନିଂ କରିବା ଆବଶ୍ୟକ ବୋଲି ଡା. ଦାସ କହିଛନ୍ତି । କାରଣ ଅନେକ ସମୟରେ ପ୍ରାକ୍‍-ମଧୁମେହ ଅବସ୍ଥା ଅସ୍ୱାଭାବିକ୍ ରହିଥାଏ । ୪୫ ବର୍ଷ ବୟସରୁ ଅଧିକ ଲୋକମାନେ ଏହି ପରୀକ୍ଷା କରାଇବା ଜରୁରୀ । ଏଥି ସହିତ ଯେଉଁମାନଙ୍କ ଶରୀରର ଓଜନ ଅଧିକ, ପରିବାରରେ କେହି ମଧୁମେହ ରୋଗୀ ଥିଲେ, ନିୟମିତ ଶାରୀରିକ ବ୍ୟାୟାମ କରୁ ନ ଥିଲେ, ରକ୍ତଚାପ ଥିଲେ, ଶରୀରରେ କୋଲେଷ୍ଟ୍ରଲ ସ୍ତର କମ୍ ଥିବା ଲୋକ କିମ୍ବା ୯ ପାଉଣ୍ଡ ଓଜନରୁ କମ ଓଜନର ଶିଶୁ ପ୍ରସବ କରାଇଥିବା ମହିଳାଙ୍କ କ୍ଷେତ୍ରରେ ପ୍ରାକ୍‍-ମଧୁମେହ ଲକ୍ଷଣ ପ୍ରକାଶ ପାଇବାର ସମ୍ଭାବନା ଥାଏ । ତେଣୁ ଏହି ବ୍ୟକ୍ତିମାନେ ଅତିକମ୍‌ରେ ତିନି ବର୍ଷରେ ଥରେ ନିୟମିତ ବ୍ୟବଧାନରେ ପରୀକ୍ଷା କରାଇବା ଜରୁରୀ । ଏଥିସହ ସେ କହିଛନ୍ତି ଯେ ସଭିଙ୍କୁ ସୁସ୍ଥ ଜୀବନଶୈଳୀ ବିତାଇବାକୁ ହେଲେ, ନିୟମିତ ବ୍ୟାୟାମ, ଠିକ୍‍ ସମୟରେ ଖାଦ୍ୟ ଗ୍ରହଣକରିବା ଏବଂ ଶରୀରର ଓଜନ ନିୟନ୍ତ୍ରଣ କରି ପ୍ରାକ୍‍-ମଧୁମେହ ହେବାର ସମ୍ଭାବନାକୁ ରୋକା ଯାଇପାରିବ ବୋଲି ଡା. ଦାସ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସପ୍ତାହରେ ଅତିକମ୍‌ରେ ୧୫୦ ମିନିଟ୍ ଶାରୀରିକ ବ୍ୟାୟାମ/ପରିଶ୍ରମ ଏବଂ ପ୍ରତ୍ୟେକ ଦିନ ୨୦-୩୦ ମିନିଟ୍ ଦ୍ରୁତଗତିରେ ଚଲାବୁଲା କଲେ ମଧୁମେହ ଦ୍ୱାରା ଆକ୍ରାନ୍ତ ହେବାରୁ ନିଜକୁ ରକ୍ଷା କରିହେବ । କମ୍ କ୍ୟାଲୋରୀ ଏବଂ କମ୍ ଚର୍ବି ଯୁକ୍ତ ଖାଦ୍ୟ ଗ୍ରହଣ କରିବା ସହିତ ଜଙ୍କ ଫୁଡ୍‌, ମିଠା, ବେକେରୀ ଉତ୍ପାଦ, ବାଦାମ୍‌, ଘିଅ ଏବଂ ମାଂସ ଓ ତାଜା ଫଳ ରସ ଠାରୁ ଦୂରେଇ ରହିବା ଜରୁରୀ । ଜଣେ ବ୍ୟକ୍ତି ନିଜର ନିତିଦିନିଆ ଖାଦ୍ୟରେ ତାଜା ଫଳ, ସାଲାଡ, ପନିପରିବା ଏବଂ ଗଜାଯୁକ୍ତ ଖାଦ୍ୟ ପନିପରିବା ଚୋପା, ପଇଡ଼ ପାଣି, ସ୍କିମଡ୍ ବଟର ମିଲ୍କ, ନାଲି ଚା ଆଦି ଖାଦ୍ୟ ଗ୍ରହଣ କରିପାରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts