FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଫିଟିବ କି ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ?

ଫିଟିବ କି ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ?

ଫିଟିବ କି ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ?
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡିଶା ନ୍ୟୁଜ୍‌)ପାରଳାଖେମୁମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟିବ ପରଦା । ବହୁ ଚର୍ଚ୍ଚିତ (ଏସିଏଫ୍) ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କର ହୋଇଛି ଲାଇ ଡିଟେକ୍ସନ ଟେଷ୍ଟ। ଭୁବନେଶ୍ବର ଫରେନସିକ୍ ଲ୍ୟାବରେ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ସେହିପରି ସୌମ୍ୟରଞ୍ଜନଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କର ମଧ୍ୟ ଲାଇ ଡେଟେକ୍ସନ୍ ଟେଷ୍ଟ ହୋଇଥିବା ନେଇ ସୂଚନା ମିଳିଛି । ଏହି ଟେଷ୍ଟରେ ପ୍ରାୟ ୩ ଘଣ୍ଟା ଧରି ୫୦ରୁ ଅଧିକ ପ୍ରଶ୍ନର ସାମ୍ନା କରିଛନ୍ତି ଡିଏଫଓ ।


ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପାଇଁ ତାଙ୍କ ତ୍ସୀ ବିଦ୍ୟାଭାରତୀ , ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ହାତ ଥିବା ସୈାମ୍ୟଙ୍କ ଘର ଲୋକ ଦାବି କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ୍ୟୁ ରହସ୍ୟକୁ ଭେଦ କରିପାରି ନଥିଲା । ପରେ ମାମଲାକୁ କ୍ରାଇମବ୍ରାଞ୍ଚ ହାତକୁ ନେଇଥିଲା । ଏନେଇ ଆଜି ଡିଏଫଓ ଓ ରୋଷେୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ଏହା ପରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁର ରହସ୍ୟ ଖୋଲିବାକୁ ନେଇ ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *

Related Posts