FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଫୁଲୁଛି ମହାନଦୀ

ଫୁଲୁଛି ମହାନଦୀ

ଫୁଲୁଛି ମହାନଦୀ
SHARE NOW :

ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଏବେ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି । ମୁଣ୍ଡଳିଠାରେ ମହାନଦୀର ଉପରମୁଣ୍ଡରେ ୮୫.୨୦ ମିଟର ଓ ତଳ ମୁଣ୍ଡରେ ୮୩.୦୦ ମିଟର ରହିଥିବା ବେଳେ ମୁଣ୍ଡଳି ବ୍ୟାରେଜ ଦେଇ ୩ ଲକ୍ଷ ୭୮ ହଜାର ୫୨୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ନରାଜ ବ୍ୟାରେଜର ଉପରମୁଣ୍ଡରେ ୨୪.୯୦ ମିଟର ଓ ତାଳମୁଣ୍ଡରେ ୨୧.୭୫ ମିଟର ରହିଛି ଏବଂ ନରାଜ ବ୍ୟାରେଜ ଦେଇ ବର୍ତ୍ତମାନ ୧ ଲକ୍ଷ ୪୮ ହଜାର କ୍ୟୁସେକ ପ୍ରବାହିତ ହୋଇଛି । ମହାନଦୀରେ ବିପଦ ସଂକେତ ତଳେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଛତିଶଗଡ଼ରେ ବର୍ଷା ଲାଗି ରହିଥିବାରୁ ଦ୍ରୁତ ଗତିରେ ବଢ଼ିଚାଲିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପଟୁ ୮ ଓ ଡାହାଣ ପାର୍ଶ୍ୱରୁ ୬ଟି ଗେଟ୍ ଦେଇ ଜଳ ନିସ୍କାସିତ ହେଉଛି । ହୀରାକୁଦ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ଡ୍ୟାମ୍ ଭିତରକୁ ୩ ଲକ୍ଷ ୯୨ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୧୪ଟି ଗେଟ୍ ମାଧ୍ୟମରେ ୨ ଲକ୍ଷ ୫୦ ହଜାର ଘନଫୁଟ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ୬୧୫ ଫୁଟରେ ଜଳସ୍ତର ପହଂଚିଥିବା ବେଳେ ୬୩୦ ଫୁଟ ସର୍ବାଧିକ ଜଳଧାରଣ କ୍ଷମତା ରହିଛି ତେଣୁ ଆଜି ଯେ କୌଣସି ସମୟରେ ଅଧିକ ଗେଟ ଖୋଲାଯିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Related Posts