FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବଡ଼ବିଲ ମେଡ଼ିକାଲରେ ମୋବାଇଲ ଲାଇଟରେ କରାଯାଉଛି ଚିକିତ୍ସା

ବଡ଼ବିଲ ମେଡ଼ିକାଲରେ ମୋବାଇଲ ଲାଇଟରେ କରାଯାଉଛି ଚିକିତ୍ସା

ବଡ଼ବିଲ ମେଡ଼ିକାଲରେ ମୋବାଇଲ ଲାଇଟରେ କରାଯାଉଛି ଚିକିତ୍ସା
SHARE NOW :

କେନ୍ଦୁଝର(ଦିଗମ୍ବର ବେହେରା/ନୀଳାଚଳ ନ୍ୟୁଜ): ମୋବାଇଲ୍ ଲାଇଟରେ ହେଉଛି ଚିକିତ୍ସା । କେନ୍ଦୁଝର ଜିଲ୍ଲା ବଡ଼ବିଲ ମେଡିକାଲ୍ ରେ ମୋବାଇଲ୍ ଲାଇଟରେ ଚିକିତ୍ସା ଚାଲିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଟଣ୍ଟୋ ଅଞ୍ଚଳର ଜଣେ ବ୍ୟକ୍ତି ବାଇକ୍ରୁ ପଡ଼ି ଆହତ ହୋଇଥିଲେ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବଡ଼ବିଲ ମେଡିକାଲ୍ ନିଆଯାଇଥିଲା ।


ଡାକ୍ତରଖାନାରେ ଲାଇନ୍ ନଥିବାରୁ ସେଠାରେ କାର୍ଯ୍ୟରତ ଲୋକପ୍ରିୟ ଡ଼ାକ୍ତର ସୌଭାଗ୍ୟ ସାମଲଙ୍କ ଉପସ୍ଥିତିରେ ଡାକ୍ତରଖାନା କର୍ମଚାରୀମାନେ ମୋବାଇଲ୍ ଲାଇଟରେ ଆହତଙ୍କ ଚିକିତ୍ସା କରିଥିଲେ । ଜେନେରେଟର୍ ଥିଲେ ମଧ୍ୟ ତେଲ ନଥିବାରୁ ବାଧ୍ୟ ହୋଇ ମୋବାଇଲ ଲାଇଟରେ ଚିକିତ୍ସା ଚାଲିଥିଲା ।


ଏ ସମ୍ପର୍କରେ ଡାକ୍ତର ସୌଭାଗ୍ୟ ସାମଲଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ଏହା ଏକ ଛୋଟ ଡ୍ରେସିଂ ଥିଲା ଓ ଦୀର୍ଘ ସମୟ ଧରି ଡାକ୍ତରଖାନାରେ ଲାଇନ୍ ନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ସେ ନିଜ ପ୍ରତିକ୍ରିୟା ରେ କହିଥିଲେ।

Leave a Reply

Your email address will not be published. Required fields are marked *

Related Posts