FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ବଢୁଛି ବିଜେଡିର ବଳ

ବଢୁଛି ବିଜେଡିର ବଳ

ବଢୁଛି ବିଜେଡିର ବଳ
SHARE NOW :

ଭୁବନେଶ୍ୱର (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ବିଗତ ୨୨ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଢେର ବଢିଛି । ନିଜର ସ୍ୱଚ୍ଛ ଭାବମୂର୍ତ୍ତୀ ଓ ସୁଶାସନ ପାଇଁ ନବୀନ ସମଗ୍ର ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏଥିପାଇଁ ନବୀନଙ୍କ ପ୍ରତି ଜନସମର୍ଥନ ମଧ୍ୟ ବଢିବାରେ ଲାଗିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ବିଜୁ ଜନତା ଦଳରେ ଯୋଗ ଦେଉଛନ୍ତି ।

ଆଜି ନିମାପଡା ନିର୍ବାଚନମଣ୍ଡଳୀରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ବିଜେଡିର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଉପସ୍ଥିତିରେ ନିମାପଡା ବ୍ଳକ ବଳଙ୍ଗା ପଞ୍ଚାୟତର ଶତାଧିକ ବିଜେପି କର୍ମୀ ନିଜ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟ ଏମାନଙ୍କୁ ବିଜୁ ଜନତା ଦଳରେ ଯୋଗଦେବା ପାଇଁ ଅନୁପ୍ରାଣିତ କରିଛି ବୋଲି ସମସ୍ତେ କହିଛନ୍ତି । ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ନୂତନ ଭାବେ ଯୋଗଦେଇଥିବା କର୍ମୀମାନଙ୍କୁ ପ୍ରଣବ ପ୍ରକାଶ ଦାସ ସ୍ୱାଗତ କରିବା ସହ ବିଜୁ ଜନତା ଦଳକୁ ଅଧିକ ମଜବୁତ କରିବାକୁ ଆହ୍ୱାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts