FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବଦଳିବନି କର୍ପୋରେଟ ନିର୍ବାଚନ ତାଲିକା

ବଦଳିବନି କର୍ପୋରେଟ ନିର୍ବାଚନ ତାଲିକା

ବଦଳିବନି କର୍ପୋରେଟ ନିର୍ବାଚନ ତାଲିକା
SHARE NOW :


ଭୁବନେଶ୍ୱର(ଲାଇଭଓଡିଶା ବ୍ୟୁରୋ )ଆଗକୁ ପଞ୍ଚାୟତ ନିର୍ବାଚନ । ଏହାମଧ୍ୟରେ ହେବାକୁ ଯାଉଛ କର୍ପୋରେଟ ନିର୍ବାଚନ। ଏଣୁ କର୍ପୋରେଟ ନିର୍ବାଚନ ପୂର୍ବରୁ ବିଏମସିର ୱାର୍ଡ ସଂରକ୍ଷଣ ତାଲିକା ଚୂଡାନ୍ତ ପ୍ରକାଶ ପାଇଛି। ଭୁବନେଶ୍ୱରରେ ଓ୍ୱାର୍ଡ ସଖ୍ୟା ବଢ଼ିବ କି ନାହିଁ ସେନେଇ ଏକ ତାଲିକା ପ୍ରକାଶ ପାକିଛି। ନଗର ଉନ୍ନୟନ ବିଭାଗକୁ ତାଲିକା ପ୍ରଦାନ କଲା ବିଏମସି। ୨୦୧୧ଜନସଂଖ୍ୟା ଅନୁସାରେ ହେବ ନିର୍ବାଚନ। ତେଣୁ ଆଗକୁଥିବା କର୍ପୋରେଟ ନିର୍ବାଚନରେ ବଢ଼ିବନି ବିଏମସିର ୱାର୍ଡ ସଂଖ୍ୟା। ପୂର୍ବଭଳି ୬୭ରେ ସୀମିତ ରହିବ ବିଏମସିର ୱାର୍ଡ ସଂଖ୍ୟା। ତେବେ ପୂର୍ବରୁ ଅନୁମାନ କରାଯାଉଥିଲା କି ଭୁବନେଶ୍ୱରରେ ଓ୍ୱାର୍ଡ ସଂଖ୍ୟା ବଢ଼ିବ ବୋଲି। ସେପଟେ ବିଏମସିରେ ସାମିଲ ହେବ ଆହୁରି ୬ଟି ପଞ୍ଚାୟତ। ସେଗୁଡିକ ହେଲା କଳାରାହଙ୍ଗ, ସୁବୁଦ୍ଧିପୁର, ପାତ୍ରପଡା, ଶଙ୍କରପୁର, ଭଗବାନପୁର ଓ ପାଇକରାୟପୁର ପଞ୍ଚାୟତ। ଏହି ସବୁ ପଞ୍ଚାୟତରେ ଆଗକୁ ହେବନାହିଁ ପଞ୍ଚାୟତ ନିର୍ବାଚନ। ତେବେ ବିଏମସିର ମୋଟ ୬୭ଟି ୱାର୍ଡ ମଧ୍ୟରୁ ୬ଟି ୱାର୍ଡରେ SC, ୩ଟି ୱାର୍ଡରେ ST , ୧୮ଟି ୱାର୍ଡ OBC, ୨୦ଟି ୱାର୍ଡ ମହିଳା ଏବଂ ଅବଶିଷ୍ଟ ୨୦ଟି ୱାର୍ଡ ଅଣସଂରକ୍ଷିତ ରହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Related Posts