FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବରିଷ୍ଠ ନାଗରିକଙ୍କୁ ସମ୍ମାନ ଦେବା ପାଇଁ ବୈଠକ

ବରିଷ୍ଠ ନାଗରିକଙ୍କୁ ସମ୍ମାନ ଦେବା ପାଇଁ ବୈଠକ

ବରିଷ୍ଠ ନାଗରିକଙ୍କୁ ସମ୍ମାନ ଦେବା ପାଇଁ ବୈଠକ
SHARE NOW :


ବରିଷ୍ଠ ନାଗରିକଙ୍କୁ ସାମାଜିକ ସୁରକ୍ଷା ସହିତ ସରକାରୀ ଚିକିତ୍ସାଳୟରେ ଚିକିତ୍ସା ସେବା ଯୋଗାଇ ଦେବା ସରକାରଙ୍କ ପ୍ରାଥମିକତା ହେବା ଆବଶ୍ୟକ ।ବୟସର ସାୟାହ୍ନରେ ପହଂଚିଥିବା ମଣିଷମାନଙ୍କୁ ସହାୟତା କରିବା ପ୍ରତ୍ୟେକ ସୁନାଗରିକର କର୍ତ୍ତ୍ୟବ୍ୟ ହେବା ଆବଶ୍ୟକ ।ତମାମ ଜୀବନ ନିଜ ପରିବାର ଓ ସମାଜ ପାଇଁ ଉତ୍ସର୍ଗ କରିବା ପରେ ପରିଣତ ବୟସରେ ପରମାତ୍ମାକୁ ଖୋଜୁଥିବା ମଣିଷ ମାନଙ୍କ ପାଇଁ ସଭିଏଁ ସମ୍ବେଦନଶୀଳ ହେବା ଜରୁରୀ ।ସ୍ଭର୍ଗପ୍ରାପ୍ତି ହୁଏ ଯେତେବେଳେ ପରିଣତ ବୟସରେ ପହଂଚିଥିବା ମଣିଷଟି ଶାନ୍ତିରେ ଶେଷ ନିସ୍ବାଶ ତ୍ୟାଗ କରେ ।ସେଥିପାଇଁ ତ ବୃଦ୍ଧ ବୟସରେ ମଣିଷ ଭଗବାନଙ୍କ ଶରଣାପନ୍ନ ହୁଏ ।ଏଭଳି ସାରଗର୍ଭକ କଥାଗୁଡିକ ଆଜି ଆଲୋଚନା ହୋଇଥିଲା ବରିଷ୍ଠ ନାଗରିକଙ୍କୁ ସମ୍ମାନ ଦେବା ପାଇଁ ଆୟୋଜିତ ହୋଇଥିବା ବୈଠକରେ ।ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସମ୍ମାନ ଜଣାଇ ଆୟୋଜିତ ଆଲୋଚନା ଚକ୍ରରେ ବରିଷ୍ଠ ନାଗରିକମାନଙ୍କ ସାମାଜିକ ,ରାଜନୈତିକ ,ସାଂସ୍କୃତିକ ଓ ଅର୍ଥନୈତିକ ଅବସ୍ଥାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ବୁଦ୍ଧିଜିବୀ ଯୋଗେନ୍ଦ୍ର ପ୍ରସାଦ ପଣ୍ଡା ।ଜିଲ୍ଲା ଗ୍ରନ୍ଥାଗାରରେ ଆୟୋଜିତ ଏହି ସମ୍ମାନ ସମାରୋହରେ ପୁସ୍ତକ ହିଁ ମଣିଷର ପରମ ବଂଧୁ ବୋଲି କହିଥିଲେ ।ସେହିପରି ଯେତେବେଳେ ସମାଜର ଗତି ଦିନକୁ ଦିନ ଅଧିକ ହେବାରେ ଲାଗିଛି ଓ ମଣିଷର ବ୍ୟସ୍ତତା ବଢି ବଢି ଯାଉଛି ସେହି ସମୟରେ ପରମାତ୍ମାର ସଂଧାନ ପାଇଁ ମଣିଷ ପୁସ୍ତକ ପ୍ରିୟ ହେବା ଆବଶ୍ୟକ ବୋଲି କହିଥିଲେ ।ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବରିଷ୍ଠ ନାଗରିକ ଦିବସରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ ବରିଷ୍ଠ ନାଗରିକଙ୍କ ପ୍ରତି ବେଶ ସମ୍ବେଦନଶୀଳ ହେବା ଆବଶ୍ୟକ ବୋଲି ଚର୍ଚ୍ଚା ହୋଇଥିଲା ।

Leave a Reply

Your email address will not be published. Required fields are marked *

Related Posts