ବାଘ ଛାଲ ଜବତ, ଦୁଇ ଗିରଫ

SHARE NOW :
ମୟୂରଭଞ୍ଜ(ସତ୍ୟଜିତ କଲିଆ /ଲାଇଭ୍ ଓଡିଶା ନ୍ୟୁଜ୍): ବଢିଚାଲିଛି ବାଘଛାଲର ବେଆଇନ କାରବାର । ପୁଣି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାରିପଦା ସହରରେ । ବାରିପଦାର ଏକ ହୋଟେଲରେ ବ୍ୟବସାୟ ସମୟରେ ବାଘ ଛାଲ ଜବତ ହୋଇଥିବା ଜଣାପଡିଛି। ଦିବ୍ୟା ହୋଟେଲରେ ଏକ ରୁମ ମଧ୍ୟରେ ବେପାରୀ ଓ କ୍ରେତାଙ୍କ ମଧ୍ୟରେ ବ୍ୟାପାର ସମୟରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଓ ବନ ବିଭାଗ। ବାଘ ଛାଲ ଜବତ ହେବା ସହିତ ଦୁଇ ବେପାରୀଙ୍କୁ ଗିରଫ କରିଥିଲା ପୋଲିସ।
ସୂଚନା ଅନୁସାରେ , ଗିରଫ ବ୍ୟକ୍ତି ଜଣକ ଇଞ୍ଜିନିୟରର ଛାତ୍ର ବୋଲି ଜଣାପଡିଥିଲା। ଏହା ସହିତ ଅନ୍ୟ ଜଣେ ସହଯୋଗୀକୁ ଘରୁ ଉଠାଇ ଆଣିଛି ବନ ବିଭାଗ। ବନ ବିଭାଗ ର ସୂଚନା ଅନୁଯାୟୀ ଗିରଫ ଯୁବକ ମାନେ ବାରିପଦା ରେଞ୍ଜ ଖାନୂଆ ଅଞ୍ଚଳର ବିକାଶ ବିନୟ ସିଂ ଏବଂ ପଳାସବଣି ଅଞ୍ଚଳର ବିକାଶ ଚନ୍ଦ୍ର ବେଣ୍ଟକା ବୋଲି ଜଣାପଡିଥିଲା। ଏନେଇ ତଦନ୍ତ ଚାଲିଥିବା ବେଳେ ଅନ୍ୟ ସମ୍ପୃକ୍ତ ମାନଙ୍କୁ ଯଥାଶୀଘ୍ର ଗିରଫ ବାରିପଦା ବନଖଣ୍ଡ ଅଧିକାରୀ ପ୍ରେସ ବିଜ୍ଞପ୍ତି ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।