FOLLOW US ON SOCIAL

  1. Home
  2. »
  3. ଅପରାଧ
  4. »
  5. ବାପା ସାଜିଲା ବଇରି

ବାପା ସାଜିଲା ବଇରି

ବାପା ସାଜିଲା ବଇରି
SHARE NOW :

ଗଞ୍ଜାମ(ଲାଇଭଓଡିଶା ନ୍ୟୁଜ): ନିଷ୍ପାପ ପୁଅର ନୀରିହ ମୁହଁ ଦେଖି ବି ଅଟକି ଗଲା ନାହିଁ ତା’ର ହାତ କି ତରଳିଲା ନାହିଁ ହୃଦୟ । ନିଜ ପୁଅକୁ ବର୍ବର ଭାବେ ହତ୍ୟା କରିବା ପରେ ନିଜେ ବି ଆତ୍ମହତ୍ୟା କରିଛି ବାପା । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଚମାଖଣ୍ଡି କୋଟବଗଡ ଗାଁରେ । ସ୍ତ୍ରୀ ଓ ଦଶ ମାସର ପୁଅକୁ ହତ୍ୟା କରି ନିଜେ ବି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ବାପା ।

ପ୍ରଥମେ ଶିଶୁର ଗଳା ଚିପି ହତ୍ୟା କରିଥିବା ବାପା ପରେ ନିଜ ସ୍ତ୍ରୀର ଗଳା କାଟି ହତ୍ୟା କଲା । ଆଉ ଶେଷରେ ନିଜେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ସ୍ଥାନୀୟ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Related Posts