ବାରାହା ଶିକାର କରିବାକୁ ଯାଇ ଯୁବକଙ୍କ ମୃତ୍ୟୁ

SHARE NOW :
ସୋନପୁର( ପିତାମ୍ବର ମହାପାତ୍ର/ଲାଇଭ ଓଡ଼ିଶା ନ୍ୟୁଜ୍): ବାରାହା ଶିକାର କରିବାକୁ ଯାଇ ନିଜ ଜାଲରେ ନିଜେ ପଡିଗଲେ ଯୁବକ । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ଜଙ୍ଗଲରେ । ବରାହ ଶିକିରା କରିବାକୁ ଯାଇ ନିଜେ ବିଛାଇଥିବା ବିଦ୍ୟୁତ ତାର ସଂଶ୍ପର୍ଷରେ ଆସି ଯୁବକ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ ଯୁବକ ଜଣକ ହଲେ ବାଘପାଲି ଗାଁର ହରିଶ୍ଚନ୍ଦ୍ର ପଧାନ ।
ଗତକାଲି ବିଳମ୍ବିତ ରାତ୍ରିରେ ଏହି ଦୁର୍ଘଟଣା ଘଟିସାରିଥିବା ବେଳେ ଆଜି ସକାଳୁ ଲୋକମାନେ ଜାଣିବାକୁ ପାଇଥିଲେ । ଖବର ପାଇ ଉଲୁଣ୍ଡା ବନ ବିଭାଗର କର୍ମଚାରମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏଯାଏଁ ବୀରମହାରାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାଯାଇଛି ।