FOLLOW US ON SOCIAL

  1. Home
  2. »
  3. ଅପରାଧ
  4. »
  5. ବିଚ୍ ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳିମାଡ଼

ବିଚ୍ ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳିମାଡ଼

ବିଚ୍ ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳିମାଡ଼
SHARE NOW :

କଟକ ( ଲାଇଭ୍ ଓଡିଶା ନ୍ୟୁଜ୍‌): କଟକରେ ଫୁଟିଲା ଗୁଳି। କଟକ ସହର ଉପକଣ୍ଠ କନ୍ଦରପୁର ଥାନା ଅଥଙ୍ଗାରେ ଘଟିଛି ଏହି ଘଟଣା। ଗୁଳିମାଡ଼ରେ ଆହତ ହୋଇଛନ୍ତି ଜଣେ ବ୍ୟବସାୟୀ। ତାଙ୍କ ନାଁ ହେଉଛି କ୍ଷୀରୋଦ ସାହୁ। ସେ କଟକ ମାଲଗୋଦାମକୁ ତାଙ୍କ ଡ୍ରାଇଭର ସହ ଆସୁଥିବା ବେଳେ ଏହି ଘଟଣା ଘଟିଥିଲା।
ଦୁର୍ବୃତ୍ତ ମାନେ ତାଙ୍କ ଉପରକୁ ଗୁଳିମାଡ କରିବା ସହ ତାଙ୍କ ଠାରୁ ଲକ୍ଷେ ଟଙ୍କା ଲୁଟି ନେଇଛନ୍ତି ତାଙ୍କ ଜଂଘରେ ଗୁଳି ବାଜିଥିବାରୁ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ତେବେ ସେମାନେ କେବଳ ଲୁଟ୍ କରିବା ଉଦ୍ଦେଶ୍ୟରେ ଆସିଥିଲେ ନା ଏହା ପଛରେ କିଛି ବ୍ୟବସାୟିକ ଶତ୍ରୁତା ରହିଛି, ପୁଲିସ୍ ଏହି ଦିଗରେ ଏବେ ତଦନ୍ତ କରୁଛି । ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ୍ କହିଛି। ସୂଚନା ଅନୁଯାୟୀ, ଦୁଇ ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍ ଆସି କ୍ଷୀରୋଦଙ୍କୁ ଗୁଳି କରିଥିଲେ।

Leave a Reply

Your email address will not be published. Required fields are marked *

Related Posts