FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ

ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ

SHARE NOW :

ଲାଇଭଓଡ଼ିଶା ନ୍ୟୁଜ: ସଶକ୍ତ ହେଉଛି ବିଜେଡି । ରାଜ୍ୟରେ ଶଙ୍ଖନାଦରେ ପ୍ରକମ୍ପିତ ହେଉଛି କୋଣ ଅନୁକୋଣ । ନିଜ ଦଳ ଛାଡି ଶାସକ ଦଳରେ ଯୋଗ ଦେଉଛନ୍ତି ବିରୋଧୀ । ଅନେକ ବରିଷ୍ଠ ନେତା ବିଜେଡିରେ ଯୋଗଦେଇଛନ୍ତି । ସେହିଭଳି ଆଜି ମଧ୍ୟ ବିଜେଡିରେ ଯୋଗଦେଲେ ସୁନ୍ଦରଗଡ଼ ତଳସରାର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଡାକ୍ତର ପ୍ରଫୁଲ୍ଲ ମାଝୀ । ଏହି ମିଶ୍ରଣ ପର୍ବରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରତାପ ଦେବ, ପ୍ରୀତିରଂଜନ ଘଡ଼େଇଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଉପସ୍ଥିତ ଥିଲେ ।ବିଜେଡି ସାଂଗଠନିକ ସମ୍ପାଦକ ପ୍ରଫୁଲ୍ଲଙ୍କୁ ଦଳରେ ସ୍ବାଗତ କରିବା ସହ ଦଳ ପଞ୍ଚାୟତ ନିର୍ବାଚନରେ କିଭଳି ଭଲ ଫଳାଫଳ କରିବ ସେ ନେଇ କାମ କରିବାକୁ ଆହ୍ବାନ ଦେଇଛନ୍ତି । ଗତ ୬ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ତଲସରା ନିର୍ବାଚନ ମଣ୍ଡଳୀରୁ ୩ଥର ବିଧାୟକ ହୋଇଥିଲେ ପ୍ରଫୁଲ୍ଲ । ବିଜେଡିରେ ମିଶିବା ପରେ ପ୍ରଫୁଲ୍ଲ ମାଝୀ କହିଛନ୍ତି, ଆଜି ମୋ ପାଇଁ ଏକ ସ୍ମୃତିର ଦିନ। ତଲସରା ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡ଼ଥିଲା। ଦଳ ଛାଡ଼ିବା ସିଦ୍ଧାନ୍ତ ମୋର ଏକା ନଥିଲା। ଏହା ମୋ ସହଯୋଗୀମାନଙ୍କ ନିଷ୍ପତ୍ତି ଥିଲା। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛୁ।

ସେ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭଲ ପାଏ। ସେ ବି ମୋତେ ଭଲ ପାଆନ୍ତି। ଆମେ ସମସ୍ତେ ବିଜେଡିରେ ଶୄଙ୍ଖଳିତ ହୋଇ କାମ କରିବୁ। ଆଦିବାସୀ ମାନଙ୍କ ବିକାଶ ସହ ସୁନ୍ଦରଗଡ଼ ଜିଲ୍ଲା ଓ ରାଜ୍ୟର ବିକାଶ ନେଇ କାମ କରିବୁ।ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ କରିବ।

Leave a Reply

Your email address will not be published. Required fields are marked *

Related Posts