FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବିଜେଡି ମୁହାଁ କଂଗ୍ରେସ କର୍ମୀ

ବିଜେଡି ମୁହାଁ କଂଗ୍ରେସ କର୍ମୀ

ବିଜେଡି ମୁହାଁ କଂଗ୍ରେସ କର୍ମୀ
SHARE NOW :

ସୁଦୃଢ ହେବାରେ ଲାଗିଛି ବିଜୁ ଜନତା ଦଳ । ବିଜେଡି ମୁହାଁ ହେବାରେ ଲାଗିଛନ୍ତି ଅନ୍ୟ ଦଳର ନେତା । ଗତକାଲି ବରି ଅଞ୍ଚଳର ଟାଣୁଆ ନେତା ବିଶ୍ୱ ରଞ୍ଜନ ମଲ୍ଲିକ ଦଳରେ ସାମିଲ ହୋଇଥିବା ବେଳେ ଆଜି ଶଙ୍ଖ ଆଡକୁ ମୁହାଁଇଛି ହାତ । ବିଜେଡିରେ ଯୋଗ ଦେଇଛନ୍ତି କଂଗ୍ରେସ କର୍ମୀ ତଥା ଆଳି ସାନମଙ୍ଗ ସରପଞ୍ଚ ପ୍ରୀତି ରଞ୍ଜନ ରାୟ । ଆଜି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି କଂଗ୍ରେସ କର୍ମୀ । ଆଳି ସରପଞ୍ଚ ପ୍ରୀତି ରଞ୍ଜନ ରାୟ ବିଜେଡିରେ ଯୋଗ ଦେବା ସହ ତାଙ୍କର ୭୦ ଜଣ ସହଯୋଗୀ ମଧ୍ୟ ଆନୁଷ୍ଠାନିକ ଭାବେ ବିଜେଡିରେ ମିଶିଛନ୍ତି । ନିଜ ପଞ୍ଚାୟତର ଉନ୍ନ୍‌ତିକରଣ ପାଇଁ ବିଜେଡିରେ ମୁହାଁ ହୋଇଥିବା କହିଛନ୍ତି ପ୍ରୀତି ରଞ୍ଜନ ରାୟ । ଏହା ବ୍ୟତୀତ ମିଶ୍ରଣ ପର୍ବରେ ଆଳି ବିଧାୟକ ପ୍ରତାପ ଦେବ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Related Posts