FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ବିଜେପି ଓ କଂଗ୍ରେସ କର୍ମୀଙ୍କୁ ମାଡ ମାରିଥିବା ଘଟଣା, ଆଜି କୁଚିଣ୍ଡା ୧୨ଘଣ୍ଟିଆ ବନ୍ଦ

ବିଜେପି ଓ କଂଗ୍ରେସ କର୍ମୀଙ୍କୁ ମାଡ ମାରିଥିବା ଘଟଣା, ଆଜି କୁଚିଣ୍ଡା ୧୨ଘଣ୍ଟିଆ ବନ୍ଦ

ବିଜେପି ଓ କଂଗ୍ରେସ କର୍ମୀଙ୍କୁ ମାଡ ମାରିଥିବା ଘଟଣା, ଆଜି କୁଚିଣ୍ଡା ୧୨ଘଣ୍ଟିଆ ବନ୍ଦ
SHARE NOW :

ସମ୍ବଲପୁର(ଲାଇଭ ଓଡିଶା ନ୍ୟୁଜ): ଆଜି କୁଚିଣ୍ଡା ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ବିଜେପି ଓ କଂଗ୍ରେସ କର୍ମୀ । । ବିଜେଡି କର୍ମୀଙ୍କ ଗୁଣ୍ଡାଗିରି ପ୍ରତିବାଦରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରୁଛନ୍ତି ଏହି ଦୁଇଟି ଦଳ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରତିବାଦ କରୁଥିବା ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗୋଡେଇ ଗୋଡେଇ ମାଡ଼ ମାରିଥିଲେ ବିଜେଡ଼ି କର୍ମୀ । ଆଜି ଏହାକୁ ବିରୋଧ କରି କୁଚିଣ୍ଡା ୧୨ ଘଣ୍ଟା ବନ୍ଦ କରିବା ସହ ଏବେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଏହି ଦୁଇଟି ଦଳ ବନ୍ଦୀ କରିଥିବା ଜଣାପଡ଼ିଛି। ଟୁକୁନି ସାହୁ କୁଚିଣ୍ଡାକୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିବାକୁ ଯାଇଥିବା ବେଳେ ଏହି ଦୁଇଟି ଦଳ ତାଙ୍କୁ ଡାକବଙ୍ଗଳାରେ ବନ୍ଦ କରି ତାଲା ପକାଇଦେଇଛନ୍ତି। ଡାକବଙ୍ଗଳା ବାହାରେ ଏବେ ନାରାବାଜି ଚାଲୁଥିବା ବେଳେ ଘଟଣାସ୍ଥଳରେ ପୁଲିସ ଏବଂ ଏସଡିପିଓ ଉପସ୍ଥିତ ରହିଛନ୍ତି।

Leave a Reply

Your email address will not be published. Required fields are marked *

Related Posts