FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ବିଜେପି ପକ୍ଷରୁ ବ୍ଲକ ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ

ବିଜେପି ପକ୍ଷରୁ ବ୍ଲକ ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ

ବିଜେପି ପକ୍ଷରୁ ବ୍ଲକ ସ୍ତରୀୟ କାର୍ଯ୍ୟକର୍ତା  ସମ୍ମିଳନୀ ଅନୁଷ୍ଠିତ
SHARE NOW :

ନୂଆପଡା(ଲାଇଭ ଓଡିଶା ନ୍ୟୁଜ): ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଲିଟିସର୍ଗି ଗ୍ରାପ ତୀର୍ଥକ୍ଷେତ୍ର ଚକଳାମଠ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ଲକ ସ୍ତରୀୟ କାର‌୍ୟ୍ୟକର୍ତା ସମ୍ମିଳନି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଶ୍ରୀ ସୁବ୍ରତ ଠାକୁର ଙ୍କ ଆହ୍ବାନ କ୍ରମେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଆଖିଆଗରେ ରଖି ଏହି ବୈଠକ ଆୟୋଜନ ହୋଇଥିଲା । ଏହି ବୈଠକରେ ପୂର୍ବତନ ଖଡ଼ିଆଳ ବିଧାୟକ ହିତେଶ କୁମାର ବଗର୍ତି ଜିଲ୍ଲା ସମ୍ପାଦକ ନେତ୍ରାନନ୍ଦ ମନହୀରା, ସପ୍ନେସ୍ୱର ମଣ୍ଡଳ ସଭାପତି ରୁଦ୍ର ପଟେଲ,ପାତାଳଗଙ୍ଗା ମଣ୍ଡଳ ସଭାପତି ଗୌରିଶଙ୍କର ନାଗ,ଜିଲ୍ଲା କୃଷି ନେତା ଜୟରାମ ଜାଲ,ଆଦିବାସୀ ନେତା ଅନୁର ସିଂ ମାଝୀ ଦିନେସ ମାଝୀ,ଜିଲ୍ଲା ବିଜେପି ଯୁବ ନେତା ବେଣୁଧର ଜଗତ ଓ ନାରୀ ନେତ୍ରୀ ଶ୍ରୀମତୀ ଦେହୁତି ଧରୁଆ ଓ ବୋଡେ଼ନ ବ୍ଲକ ର ବିଜେପି ର ଶତାଧିକ କର୍ମୀ ଉପସ୍ଥିତ ରହିଥବାବେଳେ ନାଗପଡା ଗ୍ରାମପଞ୍ଚାୟତ ର ବିଜେଡି ଦଳର ପୂର୍ବତନ ସମିତି ସଭ୍ୟ ଶ୍ରୀ ବିଜୁ କଟା ବିଜୁଜନତା ଦଳ ରେ ଦିର୍ଘ ୧୫ ବର୍ଷ ଧରି ନିସ୍ୱାର୍ଥରେ କାର‌୍ୟ୍ୟ କରିଆସୁଥିଲେ ଓ ବିଜୁଜନତା ଦଳରେ ସକ୍ରିୟ କର୍ମୀ ଭାବେ କାର‌୍ୟ୍ୟ କରୁଥିଲେ ମଧ୍ୟ ତାଙ୍କୁ ଅଣଦେଖା କରିଆସୁଥିଲେ ବୋଡେ଼ନ ବ୍ଲକ ର ବିଜେଡ଼ି ଦଳ ର କିଛି କର୍ମୀ ସେଥିପାଇଁ ସେ ବିଜେଡି ଛାଡି ବିଜେପି ରେ ଯୋଗ ଦେବା ସହ ତାଙ୍କର ୧୫ ଜଣ ବିଜେଡି ର ସକ୍ରିୟ କର୍ମୀ ବିଜେପି ରେ ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts