- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ବିଦ୍ୟାଭାରତୀଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ
ବିଦ୍ୟାଭାରତୀଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

SHARE NOW :
ଭୁବନେଶ୍ୱର(ଲାଇଭ୍ ଓଡିଶା ନ୍ୟୁଜ୍: )ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ପ୍ରହେଳିକା ଗତ ୨ମାସ ହେବ ସମାଧାନ ହୋଇପାରୁନାହିଁ । କିଛିଦିନ ତଳେ ଭୁବନେଶ୍ୱର ଫୋରେନସିକ୍ ଲ୍ୟାବରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ନଥ କୁମ୍ଭଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିବା ବେଳେ ଆଜି ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ। ଏଥି ନିମନ୍ତେ ବିଦ୍ୟାଭାରତୀ ଆଜି ତାଙ୍କ ବାପାଙ୍କ ସହିତ ପହଞ୍ଚିଛନ୍ତି ଭୁବନେଶ୍ୱର ସ୍ଥିତ SFSLରେ।
ସୂଚନା ମୁତାବକ, ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟର୍ସରେ ସୌମ୍ୟ ଓ ବିଦ୍ୟାଭାରତୀ ଦୁହେଁ ଥିଲେ। ତେବେ ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଥିବା ବେଳେ ପତ୍ନୀ ବିଦ୍ୟାଭାରତୀ କିପରି ତାହା ଜାଣିପାରିଲେ ନାହିଁ। ୯୦ ପ୍ରତିଶତ ପୋଡ଼ିଯିବା ଯାଏ ବିଦ୍ୟାଭାରତୀ କରୁଥିଲେ କ’ଣ ? ନିଆଁକୁ ଆୟତ୍ତ କରିବା କୌଶଳରେ ଧୁରନ୍ଧର ଥିବା ଅଧିକାରୀ ସୌମ୍ୟରଞ୍ଜନ କିପରି ନିଜେ ନିଆଁ କବଳରେ ପଡ଼ିଗଲେ, ଏହି ସବୁ ଘଟଣାର ଛାନ୍ ଭିନ୍ ପାଇଁ ପୂର୍ବରୁ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ବହୁ ଚେଷ୍ଟା କରିସାରିଥିବା ବେଳେ କୌଣସି ସୁଫଳ ମିଳିପାରି ନଥିଲା ।
ଏହି ଘଟଣାରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ନଥ କୁମ୍ଭ ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ସମ୍ପୃକ୍ତ ଥିବା ନେଇ ସୌମ୍ୟଙ୍କ ପରିବାର ଅଭିଯୋଗ କରିଥିଲେ । ଏନେଇ ଡିଏଫ୍ଓ ଓ ରୋଷେୟାଙ୍କର ପୂର୍ବରୁ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିବା ବେଳେ ଆଜି ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ।