ବିପଦ ସଂକେତ ଉପରେ ଜଳକା ନଦୀର ଜଳସ୍ତର

SHARE NOW :
ବାଲେଶ୍ୱର(ଲାଇଭ୍ ଓଡିଶା ନ୍ୟୁଜ୍):ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଏବେ ବିପଦ ସଙ୍କେତ ଉପର ଦେଇ ଗତି କରୁଛି ଜଳକା ନଦୀର ଜଳସ୍ତର। ଜଳକାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ୬.୬୯ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟାଜଳ ।
ଫଳରେ ବାଲେଶ୍ଵରର ଏକତାଳି ଗାଁ ନିକଟରେ ଥିବା ନଦୀ ବନ୍ଧରେ ୫ ଶହ ଫୁଟର ଏକ ଘାଇ ସୃଷ୍ଟି ହୋଇଛି।
ଏହାର ପ୍ରଭାବରେ ବସ୍ତା ଏବଂ ରାସଗୋବିନ୍ଦପୁର ବ୍ଲକରେ ପାଣି ପଶିବା ଆଶଙ୍କା କରାଯାଉଛି। ସୂଚନା ଅନୁସାରେ, ବସ୍ତା ବ୍ଲକର ୧୨ଟି ଓ ସଦର ବ୍ଲକର ୨ଟି ପଞ୍ଚାୟତ ପାଣିଘେରରେ ରହିଛି। ଜଳକା ନଦୀରେ ବନ୍ୟା ପରିସ୍ଥିତି ଯୋଗୁଁ ଗାଁ ଗୁଡ଼ିକ ଜଳମଗ୍ନ ହେବା ଫଳରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଏହାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା।
ଗତ ୨ ଦିନ ଧରି ଲଗାଣ ବର୍ଷା ସାଙ୍ଗକୁ ନଦୀର ଉପର ମୁଣ୍ଡରେ ଥିବା ଗାଲୁଡି ବ୍ୟାରେଜରୁ ଅଧିକ ପାଣି ଛଡ଼ା ଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହେଇଛି । ଫଳରେ ତଳମୁଣ୍ଡରେ ଥିବା ବାଲିଆପାଳ ବ୍ଲକର ଅସ୍ତି, ବାଲିଆପାଳ, ବିଷ୍ଣୁପୁର ଜାମକୁଣ୍ଡା, ମଧୁପୁରା ପଞ୍ଚାୟତର ୨୦ଟି ଗାଁ ପାଣି ଘେରରେ ରହିଛି ।