FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ବିବାହ ସ୍ମୃତିରେ ବୃକ୍ଷରୋପଣ କଲେ ଆଇଏଏସ୍‌ ଅଧିକାରୀ

ବିବାହ ସ୍ମୃତିରେ ବୃକ୍ଷରୋପଣ କଲେ ଆଇଏଏସ୍‌ ଅଧିକାରୀ

ବିବାହ ସ୍ମୃତିରେ ବୃକ୍ଷରୋପଣ କଲେ ଆଇଏଏସ୍‌  ଅଧିକାରୀ
SHARE NOW :

ପଦ୍ମପୁର (ଲାଇଭ୍ ଓଡ଼ିଶା): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଲଉଡ଼ିଦର୍ହା ପଂଚାୟତ ଡୁଙ୍ଗୁରିପାଲି ଗ୍ରାମର ୨୦୨୦ ବ୍ୟାଚ୍‌ର ଯୁବ ଆଇଏଏସ୍‌ ବେଦଭୂଷଣଙ୍କ ସହ ଅମ୍ରିତା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସୋମଦତ୍ତ ଶାସ୍ତ୍ରୀ ଓ ସୁରଭିଙ୍କ ପୁଅ ବେଦଭୂଷଣଙ୍କ ବିବାହ ଅତି ନିଆରା ଥିଲା। ବିବାହ ଉତ୍ସବରେ ପ୍ରକୃତିବନ୍ଧୁ ମୀନକେତନ ସାହୁ ଯୋଗଦାନ କରି ନବଦମ୍ପତିଙ୍କୁ ଏକ ବୃକ୍ଷଚାରା ଉପହାର ଦେଇଥିଲେ।

ପରିବେଶରେ ସନ୍ତୁଳନ ରକ୍ଷା ପାଇଁ ବୃକ୍ଷରୋପଣକୁ ଏକ ଆହ୍ବାନର ରୂପ ନେବା ଉଚିତ କହି ଦମ୍ପତି ବିବାହ ସ୍ମୃତିରେ ବୃକ୍ଷରୋପଣ କରିଥିଲେ।

Leave a Reply

Your email address will not be published. Required fields are marked *

Related Posts