FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବିଲରୁ ଯୁବକଙ୍କ ମୃତ ଦେହ ଠାବ: ବଜ୍ରଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ

ବିଲରୁ ଯୁବକଙ୍କ ମୃତ ଦେହ ଠାବ: ବଜ୍ରଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ

ବିଲରୁ ଯୁବକଙ୍କ ମୃତ ଦେହ ଠାବ: ବଜ୍ରଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ
SHARE NOW :

କଳାହାଣ୍ଡି(ପୁରୁଷୋତ୍ତମ ସିଂହ ରାଜପୁତ /ଲାଇଭ୍ ଓଡିଶା ନ୍ୟୁଜ୍) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଛିଲିପାମାଲ ଗ୍ରାମ ର ଏକ ବିଲରୁ ଜଣେ ଯୁବକ ଙ୍କ ମୃତ ଦେହ ଠାବ ହୋଇଛି। ମୃତକ ଜଣକ ଛିଲିପାମାଲ ଗ୍ରାମର ଅମିତ ପାଣିଗ୍ରାହୀ (୨୨)ପି – ଶରତ ପାଣିଗ୍ରାହୀ ।


ସୂଚନା ଅନୁଯାୟୀ, ଗତ କାଲି ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଥିଲା। ଏହି ସମୟରେ ଯୁବକ ଜଣକ ନିଜ ବିଲ କୁ ଯାଇ ଫେରି ନ ଥିଲେ । ଆଜି ପରିବାର ଲୋକେ ବହୁ ଖୋଜାଖୋଜି କରିବା ସମୟରେ ଏକ ବିଲ ମଧ୍ୟ ରେ ଶବ ପଡିରହିଥିବା ଦେଖିବାକୁ ପାଇଲେ।


ପରେ କୋକସରା ପୋଲିସ ଘଟଣା ସ୍ଥଳ କୁ ଆସି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦଦନ୍ତ ଆରମ୍ଭ କରିଛି। ତେବେ ପ୍ରାଥମିକ ଦଦନ୍ତ ରୁ ମୃତ ଦେହ ର ପାର୍ଶ୍ୱପ୍ରତିକ୍ରିୟା ଅନୁଯାୟୀ ବଜ୍ରଘାତ ରେ ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁ କାରଣ ସ୍ପଷ୍ଟ ହୋଇ ପାରିବ ବୋଲି ପୋଲିସ ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Related Posts