FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବେଆଇନ ଜୁଆ ଖେଳକୁ ନେଇ ୪ଜଣ ଗିରଫ

ବେଆଇନ ଜୁଆ ଖେଳକୁ ନେଇ ୪ଜଣ ଗିରଫ

ବେଆଇନ ଜୁଆ ଖେଳକୁ ନେଇ ୪ଜଣ ଗିରଫ
SHARE NOW :

ସୂବର୍ଣ୍ଣପୁର (ଲାଇଭ୍ ଓଡିଶା ନ୍ୟୁଜ୍‌): ଜୁଆ ଖେଳକୁ ସରକାର ବିରୋଧ କରୁଥିବା ବେଳେ , ବେଆଇନ ଭାବରେ ବିଭିନ୍ନ ସ୍ଥାନରେ ଏହି ଜୁଆ ଖେଳକୁ ପ୍ରୋତ୍ସାହନ ଦିଆଯାଉଛି । ପୋଲିସର କଡା କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ମଧ୍ୟ ଅନେକ ଲୋକ ଚେତୁନଥିବା ଦେଖିବାକୁ ମିଳୁଛି । ଏହି ପରି ଏକ ଘଟଣା ଘଟିଛି ସୂବର୍ଣ୍ଣପୁର ଜିଲ୍ଲାରେ । ସୂବର୍ଣ୍ଣପୁର ଜିଲ୍ଲା ସଦର ଥାନା ମଲ୍ଲିକମୁଣ୍ଡା ଗାଁ ନିକଟରେ ଥିବା ଜଙ୍ଗଲରେ ଚାଲିଥିଲା ବେଆଇନ ଜୁଆ ଖେଳ । କୌଣସି ସୁତ୍ରରୁ ସୋନପୁର ଥାନା ପୋଲିସ ଖବର ପାଇ ଚଢାଉ କରିଥିଲା । ସୋନପୁର ଥାନା ଅଧିକାରୀ ପୁସ୍ପେନ୍ଦ୍ର ସାଗରଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଥିଲା ।


ଏଥିରେ ୪ ଜଣ ଜୁଆଡିଙ୍କୁ ଧରିଥିଲା ପୋଲିସ । ତା ସହ ଜୁଆରେ ବ୍ୟବହୃତ ସାମଗ୍ରୀ ଏବଂ ନଗଦ ୫ ହଜାର ୨ ଶହ ଟଙ୍କା ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଭାଗିରଥି ମହାନନ୍ଦ, ମନୋଧର କଅଁର, ବିପିନ ସାହୁ, ଉପେନ୍ଦ୍ର ଦଣ୍ଡସେନା । ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *

Related Posts