ବ୍ୟାଙ୍କ୍ ମ୍ୟାନେଜରଙ୍କ ଘରେ ବୁଲିଲା କଳାକନା

SHARE NOW :
କଳାହାଣ୍ଡି (ଲାଇଭ୍ ଓଡିଶା) : କୋକସରା ଥାନା ଅନ୍ତର୍ଗତ ଟେମରା( ହଂସପଡା) ଗାଁରେ ଲୁଟ୍ ଅଭିଯୋଗ । ଟେମରା ଗାଁର ନରେନ୍ଦ୍ର ନାଏକ ଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଲୁଟ୍ ହୋଇଛି। ସୂଚନା ଅନୁସାରେ ଗତକାଲି ରାତିରେ ଦୁର୍ବୃତ୍ତ ଘରର ଶୋଇବା କୋଠରୀର ଆଲମାରି ଭାଙ୍ଗି ୧୦ଭରି ସୁନା ,୫୦ ଭରି ରୂପା ଓ ୩୦ ହଜାର ଟଙ୍କା ଲୁଟ୍ କରିଛନ୍ତି। ତେବେ ଗତକାଲି ଶୋଇବା କୋଠରୀ ରେ କେହି ନଥିବା ବେଳେ , ଦୁଵୁର୍ତ୍ତ ଏଭଲି କାଣ୍ଡ କରିଥିବା ଜଣାପଡିଛି। ପରେ ଘଟଣା ସମ୍ପର୍କରେ ପରିବାର ଲୋକେ କୋକସରା ପୋଲିସ କୁ ଖବର ଦେଇଥିଲେ ଏବଂ କୋକସରା ଥାନା ଆଇଆଇସି ରମଣି ରଞ୍ଜନ ଦଳେଇ ଓ ଧର୍ମଗତ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।