FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଭଙ୍ଗା ଦଦରା ଘରେ ବିତୁଛି ଜୀବନ, ଆବାସ ଯୋଜନା ଓ ବିଧବା ଭତା ସାତ ସପନ

ଭଙ୍ଗା ଦଦରା ଘରେ ବିତୁଛି ଜୀବନ, ଆବାସ ଯୋଜନା ଓ ବିଧବା ଭତା ସାତ ସପନ

ଭଙ୍ଗା ଦଦରା ଘରେ ବିତୁଛି ଜୀବନ, ଆବାସ ଯୋଜନା ଓ ବିଧବା ଭତା ସାତ ସପନ
SHARE NOW :

କେନ୍ଦୁଝର(ଦୀପକ ନାୟକ/ ଲାଇଭ୍ ଓଡିଶା ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ସାନନାଇ ଗ୍ରାମର ଇଚ୍ଛାପୁର ସାହିର କଇଁଫୁଲ ମହାକୁଡ଼ ପାଇଁ ସରକାରୀ ଯୋଜନା ପାଲଟିଛି ସାତଶପନ । ନା ମିଳୁଛି ଆବାସ ଯୋଜନା ନା ବିଧବା ଭତା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ପରେ ଯୋଜନା ରୂପାୟନ ହେଉଛି ସତ କିନ୍ତୁ ଆବାସ ଓ ବିଧବା ଭତା ପାଇଁ ବାରମ୍ବାର ସରକାରୀ ଅଫିସ ଦୌଡ଼ିଦୌଡ଼ି ନୟାନ୍ତ ହେଉଛନ୍ତି ଲୋକେ । ପକା ଘର ଥିବା ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରୁଥିବାବେଳେ ଭଙ୍ଗା ଦଦାର ଘରେ ରହୁଥିବା ଲୋକଙ୍କପାଇଁ ସାତଶପନ ପାଲିଟିଛି ଆବାସ ଯୋଜନା ।


ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାଚମ୍ପୁଆ ବ୍ଲକ ଅନ୍ତର୍ଗତ ସାନନାଇଁ ଗ୍ରାମରରେ । ଉକ୍ତ ଗ୍ରାମର, ଇଚ୍ଛାପୁର ସାହିର କଇଁଫୁଲ ମହାକୁଡ଼ ସ୍ୱାମୀ ସ୍ୱର୍ଗତ ଅଧିକାରୀ ମହାକୁଡ଼ ଆଜିକୁ ୬ ମାସ ତଳେ ଆରପାରିରେ । ଭଙ୍ଗା ଦଦରା ଘରେ ବିତୁଛି ଜୀବନ ବର୍ଷା ଆରମ୍ଭ ହୋଇଗଲେ ନାହିଁନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି । ଘର ଖଣ୍ଡିଏ ତିଆରି ପାଇଁ ନିଜକୁ ଅକ୍ଷମ ମନେ କରୁଥିବା କଇଁଫୁଲ ଏବେ ଆବାସ ଯୋଜନାରେ ସାମିଲ ହେବାକୁ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଏ ବିଷୟରେ ବଡ଼ନଇଁ ସରପଞ୍ଚଙ୍କ ସହ ଯୋଗାଯୋଗ କରିବାରୁ ଆବାସ ଯୋଜନା ରେ ତାଙ୍କ ନା ଅଛି ବୋଲି ସେ ସଫେଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts