- Home
- »
- Breaking News
- »
- ଭର୍ଚୁଆଲ ମୋଡରେ ଉଦଘାଟିତ ହେବ ବିଜୁ ଆଦର୍ଶ କଲୋନୀ
ଭର୍ଚୁଆଲ ମୋଡରେ ଉଦଘାଟିତ ହେବ ବିଜୁ ଆଦର୍ଶ କଲୋନୀ

SHARE NOW :
କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ): ବିସ୍ଥାପିତଙ୍କ ନୂଆ ଠିକଣା । ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ବିସ୍ଥାପିତଙ୍କ ପାଇଁ ତିଆରି ହୋଇଛି ବିଜୁ ଆଦର୍ଶ କୋଲାନୀ । ଏହାକୁ ଆଜି ଭର୍ଚୁଆଲ ମୋଡରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭାବନୀପାଟଣାରେ ବିଏସକେୱାଇ କାର୍ଡ ବଣ୍ଟନ କରାଯାଉଥିବା ବେଳେ ଏହି ପ୍ରକଲ୍ପର ଉଦଘାଟନ କରିବେ । କେସିଙ୍ଗା ଏନ୍ଏସି ଦ୍ୱାରା ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କା ଅନୁଦାନରେ ନିର୍ମିତ ଏହି କୋଲୋନି ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ । କେସିଙ୍ଗା ରେଳ ଅଣ୍ଡରବ୍ରିଜ୍ ନିର୍ମାଣ ସମୟରେ ଉଚ୍ଛେଦ ହୋଇଥିବା ୪୪ ଗରିବ ପରିବାରଙ୍କୁ ସ୍ଥାନୀୟ ବୋରିଂପଦରଠାରେ ଏକ କୋଲୋନି ନିର୍ମାଣ କରାଯାଇ ଥଇଥାନ କରାଯାଇଛି । ଏମାନଙ୍କୁ ପଟ୍ଟା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଇଛି । ଏହି କୋଲୋନି ପାଇଁ କଂକ୍ରିଟ ରାସ୍ତା, ମିନିପାର୍କ, କମ୍ୟୁନିଟି ହଲ, ପର୍ବ ପର୍ବାଣୀ ପାଳନ ପାଇଁ ଖୋଲା ଜାଗା, ବିଜୁଳି, ରାସ୍ତାରେ ଲାଇଟ, ପାନୀୟ ଜଳ ଯୋଗାଣ ଆଦି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହି କୋଲୋନିର ଅଧିବାସୀ ଏହି ସ୍ଥାନରେ ଏକ ସୁନ୍ଦର ଜୀବନଯାପନ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ଥିବା କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ପ୍ରକାଶ କରିଛନ୍ତି । ପ୍ରଥମ କରି ରାଜ୍ୟରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଯାହା ଅନ୍ୟ ଅଞ୍ଚଳ ପାଇଁ ଉଦାହରଣ ହୋଇଛି । ୪୪ ଗରିବ ପରିବାର ଏହି କଲୋନି ଦ୍ୱାରା ଉପକୃତ ହୋଇଛନ୍ତି ।