FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଭାରତ ଛାଡିବେ କି ମୁକେଶ ଅମ୍ବାନି ?

ଭାରତ ଛାଡିବେ କି ମୁକେଶ ଅମ୍ବାନି ?

ଭାରତ ଛାଡିବେ କି ମୁକେଶ ଅମ୍ବାନି ?
SHARE NOW :

(ଲାଇଭ ଓଡିଶା ନ୍ୟୁଜ): ଭାରତ ଛାଡିବାର ଯୋଜନା କରୁଛନ୍ତି କି ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ ମୁକେଶ ଅମ୍ବାନୀ ? ସବୁଠାରୁ ଧନୀ ମୁକେଶ ଅମ୍ବାନୀଙ୍କୁ ନେଇ ବହୁ କଥା ଶୁଣିବାକୁ ମିଳିଛି । ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ପାଇଁ ଏକ ଘର କିଣିଛନ୍ତି । କିନ୍ତୁ ସେ ଘର ଭାରତର ନୁହେଁ ଲଣ୍ଡନରେ କିଣିଛନ୍ତି । ଏକ ରିପୋର୍ଟ ଅନୁସାରେ ଅମ୍ବାନୀ ଲଣ୍ଡନରେ ଷ୍ଟୋକ ପାର୍କରେ ୫୯୨ କୋଟି ଟଙ୍କାର ପ୍ରାୟ ୩୦୦ଏକରର ଏକ ଘର କିଣିଛନ୍ତି । ଏହି ରିସୋର୍ଟରେ ପ୍ରାୟ ୪୯ବେଡରୁମ ଅଛି । ମୁକେଶ ଅମ୍ବାନୀ ବଙ୍କିହମଶାୟରେ ଷ୍ଟୋକ ପାର୍କ ପାଖାପାଖି ଏ ଜାଗାକୁ କିଣିଛନ୍ତି । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛିକି ମୁକେଶ ଅମ୍ବାନୀ କଣ ଦେଶ ଛାଡି ଯାଇ ଲଣ୍ଡନରେ ବାସ କରିବେ କି ? ୫ନଭେମ୍ବରକୁ ଏହି ଘଟଣା ସାମ୍ନାକୁ ଆସିଥିଲାକି ମୁକେଶ ଲଣ୍ଡନରେ ଯାଇ ରହିବେ । କିନ୍ତୁ ସେହିଦିନ ସଂନ୍ଧ୍ୟାରେ ଦେଶର ନମ୍ବର ୱାନ୍ ଧନୀ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ଦେଶ ଛାଡି ଲଣ୍ଡନରେ ରହିବା ନେଇ ଯେଉଁ ଖବର ପ୍ରକାଶ ପାଇଥିଲା ତାକୁ ରିଲାଏନ୍ସ ପକ୍ଷରୁ ଖାରଜ କରାଯାଇଛି । କମ୍ପାନୀ ତରଫରୁ କୁହାଯାଇଛି ଯେ, ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ଲଣ୍ଡନର ଷ୍ଟୋକ୍ ପାର୍କକୁ ସିଫ୍ଟ ହେବା ନେଇ କୌଣସି ପ୍ଲାନ୍ କରିନାହାଁନ୍ତି । ଏଥିସହିତ ସେ ଭାରତ ଛାଡି ଅନ୍ୟ ସ୍ଥାନକୁ ସିଫ୍ଟ ହେବା ଖବରରେ କୌଣସି ସତ୍ୟତା ନାହିଁ ବୋଲି କମ୍ପାନୀ ପକ୍ଷରୁ ସଫେଇ ରଖାଯାଇଛି । ସୂଚନାଯୋଗ୍ୟ ଯେ, ମିଡ୍ ଡେ ନାମକ ଏକ ଖବରକାଗଜରେ ପ୍ରଥମେ ଏନେଇ ଖବର ପ୍ରକାଶ ପାଇଥିଲା । ଯେଉଁଥିରେ ଦେଶର ନମ୍ବର ୱାନ୍ ଧନୀ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ଲଣ୍ଡନକୁ ସିଫ୍ଟ ହେବାକୁ ପ୍ଲାନ୍ କରୁଥିବା ଉଲ୍ଲେଖ କରାଯାଇଥିଲା । ରିପୋର୍ଟରେ କୁହାଯାଇଥିଲା, ଅମ୍ବାନୀ ଓ ତାଙ୍କ ପରିବାର ଲଣ୍ଡନର ଷ୍ଟୋକ୍ ପାର୍କକୁ ଚାଲିଯିବେ, ସେଠାରେ ବଙ୍କିହମସାୟାରରେ ତାଙ୍କର ୩ ଏକର ସମ୍ପତ୍ତି ଅଛି ବୋଲି କୁହାଯାଇଥିଲା । ତାହାଲେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଥିବା କି ତାହାଲେ ମୁକେଶ ଅମ୍ବାନି କାହିଁକି ଲଣ୍ଡନରେ ଏତେ ବଡ ସଂପତି କିଣିଲେ । ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ତରଫରୁ ଏହି ଘଟଣାରେ କୁହାଯାଇଛି ଯେ, ଏହି ପାର୍କକୁ କମ୍ପାନୀ ତରଫରୁ କିଣାଯାଇଛି । ଏହାକୁ ଏକ ଗଲ୍ଫିଙ୍ଗ୍ ଓ ସ୍ପୋର୍ଟ ରିସର୍ଟ ଭଳି ବିକଶିତ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି । ତେବେ ଏହା କେବଳ କମ୍ପାନୀର ବିଜନେସ ବୃଦ୍ଧି କରିବାକୁ ସାହାଯ୍ୟ କରିବ ଓ ଭାରତର ହୋଟେଲ ଉଦ୍ୟୋଗକୁ ସାରା ବିଶ୍ୱରେ ପରିଚିତ କରିବ । ସେଠାକୁ ଅମ୍ପାନୀଙ୍କ ପରିବାର ଯିବା ନେଇ କୌଣସି ପ୍ଲାନ୍ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ମୁକେଶ ଅମ୍ବାନୀ ଲଣ୍ଡନ ସ୍ଥିତ ଏହି ଷ୍ଟୋକ୍ ପାର୍କକୁ ଚଳିତ ବର୍ଷ ୫୯୨ କୋଟି ଟଙ୍କା ଦେଇ କିଣିଛନ୍ତି । ଏହି ସୁନ୍ଦର ଓ ବିଶାଳକାୟ ଘରେ ମୋଟ ୪୯ଟି ବେଡରୁମ୍ ଥିବାବେଳେ ଅନେକ ବିଳାସମୟ ଘର ରହିଛି । ଏହା ଭିତରେ ମେଡିକାଲ ସୁବିଧା ରହିଥିବା ବେଳେ, ଅନେକ ହଲିଉଡ୍ ଫିଲ୍ମର ମଧ୍ୟ ସୁଟିଂ ଏଠାରେ ହୋଇସାରିଛି । ଅମ୍ବାନି ପରିବାର ଚଳିତ ବର୍ଷର ଦୀପାବଳି ଏହି ନୂଆ ଘରେ ହିଁ ପାଳନ କରିଥିଲେ । ଖୁବଶୀଘ୍ର ସେମାନେ ଲଣ୍ଡନ ଯ଼ିବାର ଯୋଜନା କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *

Related Posts