FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଭିତରକନିକାରେ ଜମିଲାଣି ଦେଶୀ ପକ୍ଷୀଙ୍କ ଭିଡ଼

ଭିତରକନିକାରେ ଜମିଲାଣି ଦେଶୀ ପକ୍ଷୀଙ୍କ ଭିଡ଼

ଭିତରକନିକାରେ ଜମିଲାଣି ଦେଶୀ ପକ୍ଷୀଙ୍କ ଭିଡ଼
SHARE NOW :

ଲାଇଭ୍ ଓଡିଶା : ଦେଶରେ ମୌସୁମୀ ବାୟୁ ସକ୍ରିୟ ହେବା ପରେ ଭିତରକନିକାରେ ଦେଶୀ ପକ୍ଷୀଙ୍କ ଭିଡ଼ ଜମିଛି । ଭିତରକନିକାର ମଠଆଡିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଏବେ ପ୍ରାୟ ୭୦ହଜାରରୁ ଅଧିକ ପକ୍ଷୀ ଭିଡ଼ ଜମାଇ ସାରିଲେଣି । ଦେଶୀୟ ପକ୍ଷୀଙ୍କ କା କଳିରେ ଭିତରକନିକା ଏବେ କୋଳାହଳ ମୟ ହୋଇଉଠିଛି । ଭିତରକନିକାକୁ ଜୁନ୍ ଶେଷଭାଗରୁ ଦେଶୀୟ ପକ୍ଷୀମାନଙ୍କର ଆଗମନ ହୋଇଥାଏ । ମା’ପକ୍ଷୀମାନେ ବସାରେ ଅଣ୍ଡାଦେଇ ଛୁଆ ଫୁଟାଇବା ପରେ ଛୁଆମାନଙ୍କୁ ସାଥିରେ ଧରି ଅକ୍ଟୋବର ଶେଷ ସୁଦ୍ଧା ସେମାନଙ୍କ କର୍ମଭୂମିକୁ ଫେରିଯାଇଥାନ୍ତି । ମୌସୁମୀର ଆଗମନରେ ଏହି ପକ୍ଷୀମାନେ ଖାଦ୍ୟ ସଂଗ୍ରହ, ବଂଶବିସ୍ତାର ଓ ଭିତରକନିକାରେ ରହିଯାଇଥିବା ବିଦେଶାଗତ ପକ୍ଷୀମାନଙ୍କ ସହ ବନ୍ଧୁତ୍ୱ ସ୍ଥାପନ ପାଇଁ ଦେଶୀୟ ପକ୍ଷୀମାନେ ଏଠାକୁ ଛୁଟି ଆସନ୍ତି । ଜଳବାୟୁର ପରିବର୍ତନ ଓ ବିଶ୍ୱତାପନର ପ୍ରଭାବ ଯୋଗୁଁ ଭିତରକନିକାର ଜୈବ ବିବିଧତା ପ୍ରଭାବିତ ହୋଇଥିବାରୁ କ୍ରମାଗତ ଭାବେ ଭିତରକନିକା ଦେଶୀୟ ପକ୍ଷୀ ଠିକଣା ବଦଳାଇବାରେ ଲାଗିଛନ୍ତି । ପୂର୍ବରୁ ବଗଗହନରେ ଦେଶୀୟ ପକ୍ଷୀମାନେ ଭିଡ଼ ଜମାଉଥିଲେ । ହେଲେ ଗତ ୫ ବର୍ଷ ହେଲା ବଗଗହନ ଠାରୁ ୩ କିମି ଦୂର ମଠଆଡିଆରେ ଦେଶୀୟ ପକ୍ଷୀଙ୍କ କଳରବ ଶୁଭୁଛି । ୨୦୧୯ ମସିହାରୁ ମଠଆଡିଆ ସହିତଲକ୍ଷ୍ମୀ ପ୍ରସାଦଡିଆ ଓ ଦୁର୍ଗାପ୍ରସାଦଡିଆରେ ଦେଶୀୟ ପକ୍ଷୀମାନେ ଭିଡ ଜମାଉଛନ୍ତି । ଗତବର୍ଷ ୧୦ ପ୍ରକାରର ୯୭ହଜାର ୮୬୬ ଦେଶୀୟ ପକ୍ଷୀ ଭିତରକନିକାରେ ଗଣନା କରାଯାଇଥିଲା । ଚଳିତବର୍ଷ ମୌସୁମୀ ଆରମ୍ଭରୁ ଅଧିକ ସଂଖ୍ୟାରେ ପକ୍ଷୀ ଭିତରକନିକାକୁ ଆସିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts