FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ମମିତାଙ୍କୁ ଜିଲ୍ଲାବାସୀଙ୍କ ଶ୍ରଦ୍ଧାଞ୍ଜଳୀ

ମମିତାଙ୍କୁ ଜିଲ୍ଲାବାସୀଙ୍କ ଶ୍ରଦ୍ଧାଞ୍ଜଳୀ

ମମିତାଙ୍କୁ ଜିଲ୍ଲାବାସୀଙ୍କ ଶ୍ରଦ୍ଧାଞ୍ଜଳୀ
SHARE NOW :

ସୁବର୍ଣ୍ଣପୁର ( ଲାଇଭ ଓଡିଶା ) : ମମିତାଙ୍କୁ ଜିଲ୍ଲାବାସୀଙ୍କ ଶ୍ରଦ୍ଧାଞ୍ଜଳୀ । ସଂଗମ ଆରତୀ ସଂଗଠନ ପକ୍ଷରୁ ମମିତାଙ୍କ ପାଇଁ ଦୀପାବଳୀରେ ଦୀପଟିଏ ଦାନ କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି । ।ଆଜି ସ୍ଥାନୀୟ ପ୍ରୋଗ୍ରେସ ଇନ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମମିତାଙ୍କ ପାଇଁ ଜିଲ୍ଲାର ସମସ୍ତ ମହିଳା ମାନେ ନିଜ ଦୁଆର ଆଗରେ ମମିତାଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।ସହରର ବରିଷ୍ଠ ଆଇନଜିବୀ ଶ୍ୟାମା ଓଁମ ପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଦୀପାବଳୀ ସଂଧ୍ୟାରେ ସହରର ବିଜୁ ପଟ୍ଟନାୟକ ଛକରେ ସହରବାସୀ ମମିତାଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଦାନରେ ସାମିଲ ହେବାକୁ ଆହ୍ବାନ କରାଯାଇଛି ।ଏହି କାର‌୍ୟ୍ୟକ୍ରମରେ ଅଧିକରୁ ଅଧିକ ସଂଖ୍ୟକ ଜନସାଧାରଣ ଯୋଗଦେଇ ନାରୀସୁରକ୍ଷା ,ନାରୀ ଶସକ୍ତିକରଣ ,ନାରୀଙ୍କ ସମ୍ମାନ , ନାରୀଙ୍କୁ ଆତ୍ମନିର୍ଭରଶୀଳ କରିବା ତଥା ନାରୀମାନଙ୍କୁ ସାମାଜିକ ,ଆର୍ଥିକ ,ସାଂସ୍କୃତିକ ଓ ରାଜନୈତିକ କ୍ଷେତ୍ରରେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବା ପାଇଁ ଏହି ଦୀପ ଯଜ୍ଞରେ ସାମିଲ ହେବାକୁ ଅନୁରୋଧ କରାଯାଇଛି ।ତେବେ ଏହି ଦୀପ ଯଜ୍ଞ ପାଇଁ ସଂଗମ ଆରତୀ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ଆଇନଜିବୀ ଶ୍ୟାମା ଓଁ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts