FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ମରୁଡି ଘୋଷଣା ଦାବିରେ ରାଜସ୍ୱ ନିରୀକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ମରୁଡି ଘୋଷଣା ଦାବିରେ ରାଜସ୍ୱ ନିରୀକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ମରୁଡି ଘୋଷଣା ଦାବିରେ ରାଜସ୍ୱ ନିରୀକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
SHARE NOW :

କଳାହାଣ୍ଡି(ରାଇଚନ ଅଘରିଆ/ ଲାଇଭ୍ ଓଡିଶା ନ୍ୟୁଜ୍‌): ସ୍ୱଳ୍ପ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ଚାଷକାର୍ଯ୍ୟ ଭୁଶୁଡ଼ି ପଡିଥିବାବେଳେ ଚାଷୀର ମେରୁଦଣ୍ଡ ଭାଙ୍ଗି ପଡିଛି । ଗୋଲାମୁଣ୍ଡା ବ୍ଲକ ରେ ଚଳିତ ବର୍ଷ ଭୟାବହ ମରୁଡି ସ୍ଥିତି ଦେଖାଦେଇଛିା ଏନେଇ ସିନାପାଲି ଗ୍ରାମ ପଞ୍ଚାୟତ କୁ ତୁରନ୍ତ ସମ୍ପୂର୍ଣ ମରୁଡି ଘୋଷଣା କରିବା ଦାବିରେ ଚାଷୀମାନେ ଆଜି ମହେନ୍ଦ୍ରପୁର ରୁ କେଗାଁ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିଛନ୍ତି ।


ଏହି କାର୍ଯ୍ୟକ୍ରମରେ , କେଗାଁ ରାଜ୍ୟସ୍ୱ ନିରୀକ୍ଷକ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପଦଯାତ୍ରାରେ ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ସିନାପାଳି ପଞ୍ଚାୟତର ଚାଷୀ ମାନେ ଯୋଗଦେଇଛନ୍ତି । ତୁରନ୍ତ ଯଦି ମରୁଡି ଘୋଷଣା କରାନଯାଏ ତାହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts