ମର୍ଣ୍ଣିଂୱାକ୍ କରୁଥିବା ସମୟରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

SHARE NOW :
ଭୁବନେଶ୍ୱର(ଲାଇଭ୍ ଓଡିଶା ନ୍ୟୁଜ୍) ମିଡିଆ , ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଯିଏ ସବୁମୁହୁର୍ତ୍ତରେ ନିଜ ଜିବନକୁ ବାଜି ଲଗାଇ ଖବର ସଂଗ୍ରହ କରିଥାଏ ଓ ସଠିକ୍ ଖବର ଜନ ସାଧାରଣଙ୍କ ପାଖରେ ପହଞ୍ଚାଇଥାଏ , ସେ ଏବେ ଅସୁରକ୍ଷିତ । ନିଜେ ଖବର ଦେଖାଉଥିବା ଲୋକ ଯେତେବେଳେ ନିଜେ ଏକ ଖବର ପାଲଟିଯାଏ ସେତେବେଳେ ବହୁତ ଆଶ୍ଚର୍ଯ୍ୟ ଲାଗେ । ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଏବେ ଦିନକୁ ଦିନ ବଢିବାରେ ଲାଗିଛି । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଆଜି ସକାଳେ ଦୁଇ ଯୁବକ ଆକ୍ରମଣ କରି ତାଙ୍କଠାରୁ ମୋବାଇଲ ଛଡାଇବା ଘଟଣା ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ରାଜଧାନୀର ଶତାବ୍ଦୀ ନଗର ଅଞ୍ଚଳରେ ଆଜି ସକାଳୁ ସକାଳୁ ଏହି ଘଟଣା ଘଟିଛି। ଆକ୍ରମଣର ଶିକାର ହୋଇଥିବା ବରିଷ୍ଠ ସାମ୍ବାଦିକଙ୍କ ନାଁ ସତ୍ୟ ସୁନ୍ଦର ଭଞ୍ଜଙ୍କ । ସୂଚନା ଅନୁଯାୟୀ, ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ଦୁଇ ଜଣ ଯୁବକ ସ୍କୁଟିରେ ଆସି ଭୁବନେଶ୍ବରର ଡେଲଟା ଛକ ପାଖରୁ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କ ଠାରୁ ଛିନତାଇ କରି ମୋବାଇଲ ଛଡ଼େଇ ନେବା ସହିତ ତାଙ୍କୁ ଏକ ଲୁହା ରଡରେ ମରଣାନ୍ତକ ଆକ୍ରମଣ କରିଥିଲେ, ଓ ପରେ ମୋବାଇଲ ଛଙ୍ଗାଇ ନେଇ ଚାଲିଯାଇଥିଲେ । ଖବର ପାଇ ପରିବାର ଲୋକ ସତ୍ୟରଞ୍ଜନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଖବର ପାଇ କମିସନରେଟ୍ ପୁଲିସ ଉକ୍ତ ଦୁଇ ଯୁବକଙ୍କୁ ଖୋଜୁଥିବା ଜଣାଯାଇଛି।