FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ମାନଝରି ଗ୍ରାମ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

ମାନଝରି ଗ୍ରାମ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

ମାନଝରି ଗ୍ରାମ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ
SHARE NOW :

କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ): ଗତ ୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ କରି ବିଜୁସ୍ବାସ୍ଥ୍ୟ କାର୍ଡ ର ଲୋକାର୍ପଣ କରିଥିବା ବେଳେ କଲହାଣ୍ଡି ଜିଲ୍ଲା ର ସମସ୍ତ ପଞ୍ଚାୟତ ମାନଙ୍କରେ ବିଜୁସ୍ବାସ୍ଥ୍ୟ କାର୍ଡ଼ ର ବଣ୍ଟନ କାର‌୍ୟ୍ୟକ୍ରମ ଚାଲିଛି । ଗତକାଲି ମାନଝରି ଗ୍ରାମ ପଞ୍ଚାୟତ ରେ ଏହି ବିଜୁସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ କରାଯାଇଛି । ଏହି କାର‌୍ୟ୍ୟକ୍ରମ ରେ ଓଡିଶା ସରକାରଙ୍କ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ,ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ,ତହସିଲଦାର ସର୍ବେଶ୍ୱର ଜାଲ,ମାନଝରି ସରପଞ୍ଚ ଗିରିଧାରୀ ତେଜି ପ୍ରମୁଖ ମଂଚାସୀନ ଥିଲେ । ଏହି ବିଜୁସ୍ୱାସ୍ଥ କାର୍ଡ଼ ମାଧ୍ୟମରେ ଗରିବ ଶ୍ରେଣୀର ମହିଳା ମାନେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ୧୦ ଲକ୍ଷ ଖର୍ଚ୍ଚ କରିପାରିବେ ଏବଂ ପୁରୁଷ ମାନେ ୫ ଲକ୍ଷ ପର‌୍ୟ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି ଯୋଜନା କୁ ମାନଝରି ଗ୍ରାମପଞ୍ଚାୟତ ର ଜନସାଧାରଣ ସ୍ୱାଗତ କରି ଖୁସି ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts