FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ମିଳିଥିବା ମୃତଦେହ ସୀତାରାମଙ୍କର ନୁହେଁ : ରିଟ୍ୱିଟ କଲେ ଏସଆରସି

ମିଳିଥିବା ମୃତଦେହ ସୀତାରାମଙ୍କର ନୁହେଁ : ରିଟ୍ୱିଟ କଲେ ଏସଆରସି

ମିଳିଥିବା ମୃତଦେହ ସୀତାରାମଙ୍କର ନୁହେଁ : ରିଟ୍ୱିଟ କଲେ ଏସଆରସି
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡିଶା ନ୍ୟୁଜ୍‌): ଧବଳେଶ୍ୱର ନିକଟରୁ ଉଦ୍ଧାର ହୋଇଥିବା ମୃତଦେହ, ନିଖୋଜ ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କର ବୋଲି ନିଜେ ଏସ୍ଆରସି ପ୍ରଦୀପ ଜେନା କିଛି ଘଣ୍ଟା ପୂର୍ବେ ଟ୍ୱିଟ କରି ଜଣାଇଥିଲେ । ହେଲେ ଟ୍ୱିଟ କରିବାର କିଛି ସମୟ ପରେ ଏହା ସୀତାରାମଙ୍କ ମୃତଦେହ ନୁହେଁ ବୋଲି ପୁଣି ଥରେ ଟ୍ୱିଟ କରି ସ୍ପଷ୍ଟୀକରଣ ଦେଇଛନ୍ତି ଏସ୍ଆରସି।


ଏସ୍ଆରସି ଟ୍ବିଟରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ପାଖରେ ଭୁଲ୍ ତଥ୍ୟ ପହଞ୍ଚିଥିଲା । ଭୁଲ ତଥ୍ୟ ପାଇଁ ମୁଁ ଦୁଃଖିତ ବୋଲି ପ୍ରକାଶ କରିଛନ୍ତି। ମୃତଦେହଟି ପଚି ଯାଇଥିବା ବେଳେ ତାହାକୁ ସୀତାରାମଙ୍କ ପରିବାର ଓଡ୍ରାଫ ଟିମ୍ ଚିହ୍ନଟ କରି ନ ଥିବା କହିଛନ୍ତି। ଏଥିସହ ନିଖୋଜ ଯବାନ ସୀତାରାମ ମୁର୍ମୁଙ୍କର ସୂଚନା ମିଳିନି ବୋଲି ଟ୍ୱିଟ କରିଛନ୍ତି।

Leave a Reply

Your email address will not be published. Required fields are marked *

Related Posts