FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ମିଳିଲା ନିଖୋଜ ଥିବା ଛାତ୍ରଙ୍କ ମୃତ ଦେହ

ମିଳିଲା ନିଖୋଜ ଥିବା ଛାତ୍ରଙ୍କ ମୃତ ଦେହ

ମିଳିଲା ନିଖୋଜ ଥିବା ଛାତ୍ରଙ୍କ ମୃତ ଦେହ
SHARE NOW :

ଭୁବନେଶ୍ୱର(ଦିଲିପ ସାହୁ/ ଲାଇଭ୍ ଓଡିଶା ନ୍ୟୁଜ୍‌): ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ରବିବାର ଅପରାହ୍ଣ ପ୍ରାୟ ୨ଟା ବେଳେ ଘରୁ ବାହାରି ଟ୍ୟୁସନ୍ ପାଇଁ ଯାଉଥିବା ବେଳେ ଜଣେ ଦଶମ ଶ୍ରେଣୀର ଛାତ୍ର ଏକ ଡ୍ରେନ ରେ ଭାସି ଯାଇ ନିଖୋଜ ଥିଲେ । ଛାତ୍ର ଜଣଙ୍କ ହେଉଛନ୍ତି ଭୁବନେଶ୍ୱର, ଶିରିପୁର ସ୍ଥିତ ଶତାବ୍ଦୀ ନଗରର ଜ୍ୟୋତିପ୍ରକାଶ ବେହେରା ।


ସୂଚନା ଅନୁଯାଇ, ରବିବାର ଅପରାହ୍ଣ ପ୍ରାୟ ୨ଟା ବେଳେ ରାଜା ଘରୁ ବାହାରି ସଂସ୍କୃତ ଟ୍ୟୁସନ୍ ପାଇଁ ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲେ। ବର୍ଷା ଛାଡ଼ିଥିଲେ ବି ରାସ୍ତା ବୁଡ଼ି ଯାଇଥିବାରୁ ମା’ ଟ୍ୟୁସନ୍ ଯିବାକୁ ବାରଣ କରିଥିଲେ । କିନ୍ତୁ ଏକ ପ୍ରୋଜେକ୍ଟ କାମ ସାରି ସାଙ୍ଗେସାଙ୍ଗେ ଫେରି ଆସିବ କହି ରାଜା ସାଇକେଲ ଧରି ଘରୁ ବାହାରି ଯାଇଥିଲେ । ଟ୍ୟୁସନ୍ ଯିବା ବାଟରେ ପଡ଼ୁଥିବା ଶତାବ୍ଦୀନଗର ଲେନ୍-୭ ଦେଇ ଯାଇଥିବା ବିଏମ୍ସିର ଡ୍ରେନ୍ ନମ୍ବର-୮ରେ ବର୍ଷା ଜଳର ସୁଅ ପଡ଼ିଥିବା ହେତୁ ରାସ୍ତା ନ ଜାଣିପାରି ସେହି ସୁଅରେ ଭାସି ଯାଇଥିଲେ । ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚି ରାଜାକୁ ଖୋଜାଖୋଜି କରିଥିଲେ।


୧୯ ଘଣ୍ଟାର ଅପରେସନ ପରେ ପଞ୍ଚଶଖା ନଗର ମୁଖ୍ୟ ଡ୍ରେନ୍ ନିକଟ ବୁଦା ଭିତରୁ ଜ୍ୟୋତିପ୍ରକାଶଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଏହି ଉଦ୍ଧାର କାର‌୍ୟ୍ୟରେ ୩୪ ଜଣ ଅଗ୍ନିଶମ କର୍ମଚାରୀ ସାମିଲ ହୋଇଥିଲେ । ଉଦ୍ଧାର ପରେ ଶବ ବ୍ୟବଛେଦ ପାଇଁ ଭୁବନେଶ୍ୱର କ୍ୟପିଟାଲ ହସ୍ପିଟାଲକୁ ପଠାଯାଇଛି ।

Leave a Reply

Your email address will not be published. Required fields are marked *

Related Posts