FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡିଶା ନ୍ୟୁଜ୍‌) ଶୁକ୍ରବାରଠାରୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ସେପ୍ଟେମ୍ବର ୨୬ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ଵାରା ଡକାଯାଇଥିବା ମାଓବାଦୀ ମୁକାବିଲା ବୈଠକରେ ଯୋଗ ଦେବେ।


ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମାଓପ୍ରବଣ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ଉକ୍ତ ବୈଠକ ଯୋଗ ଦେବା ପାଇଁ କେନ୍ଦ୍ରରୁ ଆମନ୍ତ୍ରଣ କରାଯାଇଛି। ବୈଠକରେ କେନ୍ଦ୍ରୀୟ ଅଂଶଧନ ଓ ବକେୟା ଅର୍ଥ ପ୍ରଦାନ ପ୍ରସଙ୍ଗ ଉଠାଇପାରନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ କେନ୍ଦ୍ର ଉପରେ ୨୦୧୭ ମସିହାର ମାଓ ଦମନ ନେଇ ୯୦୭ କୋଟି ଟଙ୍କା ରହିଛି।


ଏପେଟ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଉଥିବାରୁ ପିପିଲି ଉପନିର୍ବାଚନ ପାଇଁ ପ୍ରଚାରରେ ଯୋଗ ନ ଦେଇପାରନ୍ତି ବୋଲି କୁହାଯାଉଛି। ତେଣୁ ଦଳର ଅନ୍ୟ ହେଭି ୱେଟ ନେତାମାନେ ପ୍ରଚାରରେ ଲାଗିପଡ଼ିଛନ୍ତି।

Leave a Reply

Your email address will not be published. Required fields are marked *

Related Posts