- Home
- »
- Breaking News
- »
- ମୟୂରଭଞ୍ଜରେ ୬୦ଟି ରୂପାନ୍ତରଣ ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ମୟୂରଭଞ୍ଜରେ ୬୦ଟି ରୂପାନ୍ତରଣ ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

SHARE NOW :
ମୟୂରଭଞ୍ଜ(ଲାଇଭ ଓଡିଶା ନ୍ୟୁଜ): ଆଜି ମୟୂରଭଞ୍ଜ ଜିଲ୍ଲାରେ ୫ଟି ଉପକ୍ରମ ରୂପାନ୍ତଋଣ କାର୍ଯ୍ୟକ୍ରମରେ ୬୦ଟି ସ୍କୁଲ ପ୍ରଥମ ପର୍ଯ୍ୟାୟରେ ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସି ମାଧ୍ୟମରେ ସ୍କୁଲ ଗୁଡିକୁ ଲୋକାର୍ପଣ କରିଛନ୍ତି । କାର୍ଯ୍ୟକ୍ରମଟି ବାରିପଦା ଶତାୟୁ ଉଚ୍ଚ ବିଦ୍ୟାଳୟ ମହାରାଜ କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କରାଯାଇଥିଲା । ରୂପାନ୍ତର ହୋଇଥିବା ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ, ମର୍ଡ଼ନ ସାଇନ୍ସ ଲାବରୋଟାରୀ, ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତମାନର ଖେଳ ଉପକରଣ ଏବଂ ସ୍ୱଚ୍ଛ ସ୍କୁଲ ପରିସର ସାଙ୍ଗକୁ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ସମସ୍ତ ବିଦ୍ୟାଳୟରେ କରାଯାଇଛି । ସ୍ମାର୍ଟ ସ୍କୁଲକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ିବାର ନୂଆ ଉତ୍ସାହ ଦେଖାଦେଇଛି । ମୟୁରଭଞ୍ଜ ଜିଲ୍ଲାରେ ପ୍ରଥମ ପର୍ୟ୍ୟାୟରେ ୬୦ଟି ବିଦ୍ୟାଳୟକୁ ରୂପାନ୍ତର କରାଯାଇଥିବାବେଳେ ଆସନ୍ତା ୨୦୨୨ମାର୍ଚ୍ଚ ମାସ ସୁଦ୍ଧା ଆଉ ୩୩୦ଟି ସ୍କୁଲକୁ ୫ଟି ଉପକ୍ରମରେ ରୂପାନ୍ତରଣ କରାଯିବ ବୋଲି ମୟୁରଭଞ୍ଜ ଜିଲ୍ଲାପାଳ କହିଛନ୍ତି ।