ଯୋଡ଼ା ଅଂଚଳର କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ଅରିନ୍ଦମଙ୍କ ଅକାଳ ବିୟୋଗରେ ଶୋକ ଶଭା

SHARE NOW :
କେନ୍ଦୁଝର(ଦିଗାମ୍ବର ବେହେରା/ ଲାଇଭ୍ ଓଡିଶା ନ୍ୟୁଜ୍): ଅରିନ୍ଦମଙ୍କ ଅକାଳ ବିୟୋଗରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ମୁଣ୍ଡଳୀଠାରେ ପାଣିରୁ ଉଠିପାରୁନଥିବା ଏକ ହାତୀକୁ ଉଦ୍ଧାର କରିବାକୁ ଓଡ୍ରାଫ ଦଳ ଯାଇଥିବାବେଳେ ଖବର ସଂଗ୍ରହ କରିବାକୁ ତାଙ୍କ ସହିତ ଅରିନ୍ଦମ ଯାଇ ଆଉ ଫେରିନଥିଲେ । ଓଡ୍ରାଫ ଦଳର ବୋଟ୍ ଟି ପ୍ରଖର ସ୍ରୋତରେ ବୁଡିଯାଇଥିଲା । ସେଥିରେ ଅରିନ୍ଦମ ପ୍ରାଣ ହରାଇଥିଲେ । ସେ ଜଣେ ନିର୍ଭିକ, ସଚୋଟ୍ ଓ ଦାୟୀତ୍ୱ ସମ୍ପନ୍ନ ଗଣମାଧ୍ୟମ ପ୍ରତିନିଧୀ ଭାବେ ସମଗ୍ର ରାଜ୍ୟରେ ବେଶ ଜଣାଶୁଣା । ତାଙ୍କର ଅକାଳ ବିୟୋଗରେ ଯୋଡା ଗଣମାଧ୍ୟମ ପ୍ରତିନିଧୀ ମାନଙ୍କ ମଧ୍ୟରେ ବିଷାଦର ଛାୟା ଖେଳିଯାଇଛି ।
ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସନ୍ଧ୍ୟାରେ ଯୋଡା ବସଷ୍ଟାଣ୍ଡସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ଶୋକ ସଭା, ନିରବ ପ୍ରାଥନା କରାଯିବା ସହିତ ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ଦୀପଦାନ କରାଯାଇଥିଲା । ଏଥିରେ ଗଣମାଧ୍ୟମ ପ୍ରତିନିଧୀ ମାନସ ମହାନ୍ତି, ବେଣୁଧର ବେହେରା, ପ୍ରକାଶ ମହାନ୍ତି, ସୁଶାନ୍ତ ବେବର୍ତ୍ତା, ଗଣେଶ ସାହୁ, ରତ୍ନାକର ମହାପାତ୍ର, ସଞ୍ଜିତ ବାରିକ, ପବିତ୍ର ଦାଶ, ମନିନ୍ଦ୍ର ସୁନ୍ଦର ବାରିକ, ମନୋରଞ୍ଜନ ଲେଙ୍କା, ସଞ୍ଜିବ ସିର୍କା, ବେବୀ ତାବାସୁମ୍, ଶିଶିର ବେହେରା, ରାଜା ଚାଟାର୍ଜି, ପାର୍ଥ ସାରଥି ଶଡଙ୍ଗୀ, ସୁବାସ ବିହାରୀ, ଦିନେଶ ବିହାରୀ, ଦିଗାମ୍ବର ବେହେରା, ବିନୟ ସାହୁ, ବିଜୟ ଜେନା ପ୍ରମୁଖ ପ୍ରତିନିଧିମାନେ ଯୋଗଦେଇଥିଲେ ।